ବୁହାନ ଲ୍ୟାବର ଯାଞ୍ଚ କରିବାକୁ ଚାହୁଁଥିଲା WHO : ଚୀନ ମନା କଲା ,କହିଲା ଏହା ବିଜ୍ଞାନର ଅପମାନ
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା କମିବାର ନା ଧରୁନି l କିନ୍ତୁ ଏହା ବର୍ତ୍ତମାନ ମଧ୍ୟ ରହସ୍ୟ ଘେରରେ ରହିଛି l ଆମେରିକା ସହିତ ଅଧିକାଂଶ ଦେଶ ମତ ଦେଉଛନ୍ତି ଯେ ଏହା ଚୀନ ର ବୁହାନ ଲ୍ୟାବ ରୁ ଲିକ ହୋଇଛି l ଅନେକ ଦେଶ ବୁହାନ ଲ୍ୟାବ ର ଯାଞ୍ଚ ପାଇଁ ଦାବି ମଧ୍ୟ କରିଛନ୍ତି l କିନ୍ତୁ ଚୀନ ଏହି ଯାଞ୍ଚ ରୁ ଦୁରେଇ ରହୁଛି l ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ର ଉତ୍ପତି ପାଇଁ ଚୀନ ର ବୁହାନ ଲ୍ୟାବ କୁ ଆଉଥରେ ଯାଞ୍ଚ ପାଇଁ ପ୍ରସ୍ତାବ ରଖିଥିଲା l ଯାହାକୁ ଚୀନ ଖାରଜ କରିଥିଲା l ଚୀନ ର ନେସନାଲ ହେଲ୍ଥ କମିଶନ କହିଥିଲେ ଯେ WHO ଏହି ନିୟମକୁ ପାଳନ କରୁନାହିଁ l
ସେ କହିଛନ୍ତି ଆଶ୍ଚର୍ଯ୍ୟ ର କଥା ଯେ WHO ଆଉଥରେ ବୁହାନ ଲ୍ୟାବ ର ଯାଞ୍ଚ କରିବାକୁ ଚାହୁଁଛି l ସେ କହିଛନ୍ତି ଲ୍ୟାବ ଲିଙ୍କ ଥିଓରୀ ଗୋଟିଏ ଏପରି ଗୁଜବ ଅଟେ ଯାହା ସାଧାରଣ ଜ୍ଞାନ ଠାରୁ ମଧ୍ୟ ହୀନ ଅଟେ ଓ ଏହା ବିଜ୍ଞାନର ଅପମାନ ଅଟେ l ସେ ଆହୁରି ମଧ୍ୟ କହିଛନ୍ତି କରୋନା ମହାମାରୀ ବିଶ୍ୱର ଅନେକ ଦେଶରେ ବ୍ୟାପି ସାରିଥିଲା ଓ ଡିସେମ୍ବର ୨୦୧୯ ରେ ଯେତେବେଳେ ବୁହାନ ରେ ବ୍ୟାପିଲା ଚୀନ ସବୁଠୁ ପ୍ରଥମେ ଏହାର ତଥ୍ୟ ଦେଇଥିଲା l ଯେତେବେଳେ WHO ଚୀନ ଆସିଥିଲା ସେତେବେଳେ ତାଙ୍କୁ ସେହି ସମସ୍ତ ସ୍ଥାନକୁ ଯିବାକୁ ଦିଆହେଲା ଯେଉଁଠିକୁ ସେମାନେ ଯିବାକୁ ଚାହୁଁଥିଲେ ଓ ସେହି ଲୋକଙ୍କୁ ଦେଖା କରିଥିଲେ ଯେଉଁ ମାନଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲେl
ସେ କହିଛନ୍ତି ଆମେ ଆସ ରଖିଛୁ WHO କାରନାର ଉତ୍ପତି ବୈଜ୍ଞାନିକ ଆଧାରରେ ଠିକ କରିବ , ରାଜନୈତିକ ଆଧାରରେ ନୁହେଁ l ସେ ସେହି ରିପୋର୍ଟ କୁ ମଧ୍ୟ ଖାରଜ କରିଛନ୍ତି ଯାହାକୁ ଆମେରିକା ଆରୋପ ଲଗାଇ ଥିଲା l ସେ କହିଛନ୍ତି ଲ୍ୟାବ ରେ କୌଣସି ଭୁତାଣୁ ନଥିଲା ନା କୌଣସି ଭାଇରସ ଉପରେ ଗବେଷଣା କରାଯାଇଥିଲା l
Comments are closed.