Odisha news

WHO ପକ୍ଷରୁ କରୋନା ର ନୂଆ ଭାରୀଏଣ୍ଟ କୁ ନେଇ କରାଗଲା ସଚେତନ , ଭାରତରେ ମଧ୍ୟ ଡେ଼ଲ୍ଟାକ୍ରନ କୁ ନେଇ ବଢ଼ିଲା ଚିନ୍ତା

0

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ନୂତନ ଭାରୀଏଣ୍ଟ ବର୍ତ୍ତମାନ ପଦାଘାତ ଦେଇଛି l ଏହା ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ ହେଉଛି l କରୋନା ମହାମାରୀର ନୂଆ ଭାରୀଏଣ୍ଟ ଡେ଼ଲ୍ଟା ଓ ଓମୀକ୍ରାନ ମିଳିତ ଭାବରେ ତିଆରି ହୋଇଛି l ଏହାକୁ ଡେ଼ଲ୍ଟାକ୍ରାନ କୁହାଯାଉଛି l ବର୍ତମାନ ଦେଶର ଅଧିକାଂଶ ରାଜ୍ୟରୁ ଏହା ମିଳିଥିବାର ସୂଚନା ମିଳିଛି

ଡେ଼ଲ୍ଟା ଓ ଓମୀକ୍ରାନ ର ହାଇବ୍ରିଡ଼ ଭାରୀଏଣ୍ଟ ଡେ଼ଲ୍ଟାକ୍ରନ :-

ଗବେଷକ ମାନଙ୍କ ମତରେ ଏହା ଏକ ସୁପର ମ୍ୟୁଟେଣ୍ଟ ଭାଇରସ ଅଟେ, ଯାହାର ବୈଜ୍ଞାନିକ ନାମ BA.1+B.1.617.2 ଅଟେ L ବିଶେଷଜ୍ଞ ମାନେ କହିଛନ୍ତି ଯେ ଡେ଼ଲ୍ଟା ଓ ଓମୀକ୍ରନ ମିଶି ଏହା ଗୋଟିଏ ହାଇବ୍ରିଡ଼ ସ୍ଟ୍ରେନ୍ର ତିଆରି ହୋଇଛି l  ଯାହାକୁ ଗତମାସ ରେ ଠାବ କରାଯାଇ ଥିଲା l ସେତେବେଳେ ବୈଜ୍ଞାନିକ ମାନେ ଏହାକୁ ଲ୍ୟାବ ରେ ହୋଇଥିବା ଗୋଟିଏ ଯାନ୍ତ୍ରିକ ତ୍ରୁଟି ବୋଲି ଭାବିଥିଲେ l କିନ୍ତୁ ବର୍ତମାନ ଏହାର କେଶ ବ୍ରିଟେନ ରୁ ସାମ୍ନା କୁ ଆସିଛି l

ଡେ଼ଲ୍ଟାକ୍ରନ ର ଲକ୍ଷଣ -:

– ମୁଣ୍ଡବିନ୍ଧା
– ପ୍ରବଳ ଜ୍ୱର ହେବା ଓ ଅଧିକ ଝାଳ ବାହାରି ଥଣ୍ଡା ଲାଗିବା
– ତଣ୍ଟି ଖିଚଖିଚ ହେବା
– ଲଗାତାର ଭାବରେ କାଶ
– ଥକା ଲାଗିବା ଓ ଶରୀରରେ ଏନର୍ଜି କମିବା
– ଆଘ୍ରାଣ ଶକ୍ତି ସ୍ୱାଦ ରେ କିଛି ନଜାଣି ପାରିବା

ଭାରତର ଏହିସବୁ ରାଜ୍ୟରୁ ଆସିଛି ଡେ଼ଲ୍ଟାକ୍ରନ ର ମାମଲା –

ମିଳିଥିବା ସୂଚନା ଅନୁସାରେ ଦେଶରେ ୫୬୮ ଟି ମାମଲା ସାମ୍ନାକୁ ଆସିଛି l ରିପୋର୍ଟ ଅନୁସାରେ କର୍ଣ୍ଣାଟକ ରୁ ୨୨୧ ଡେ଼ଲ୍ଟାକ୍ରନ ମାମଲା ସାମ୍ନାକୁ ଆସିଛି l ଯାହା ଗୋଟିଏ ହାଇ ସ୍ପଟ ହୋଇ ଯାଇଛି l ତାମିଲନାଡୁ ରୁ ୯୦ ଟି, ମହାରାଷ୍ଟ୍ର ରୁ ୬୬ ଟି, ଗୁଜୁରାଟ ରୁ ୩୩ ଟି, ପଶ୍ଚିମ ବଙ୍ଗ ରୁ ୩୨ ଟି , ତେଲେଙ୍ଗାନା ରୁ ୨୫ ଟି, ଓ ଦେଶର ରାଜଧାନୀ ଦିଲ୍ଲୀ ରୁ ୨୦ ଟି ମାମଲା ସାମ୍ନାକୁ ଆସିଛି l

ଡେ଼ଲ୍ଟାକ୍ରନ ଭାରୀଏଣ୍ଟ ଅଧିକ ସଂକ୍ରମଣ ବଢାଉଥିବ କାରଣରୁ ଜନସାଧାରଣ ଙ୍କୁ ସଚେତନ କରାଯାଇଛି l ଚଳିତ ବର୍ଷ ଜାନୁଆରୀ ମାସରେ ଫ୍ରାନ୍ସ ରେ ଏହି ଭାଇରସ ବ୍ୟାପିବାର ଆରମ୍ଭ ହୋଇଥିଲା l WHO ପକ୍ଷରୁ ବିଶ୍ୱର ସମସ୍ତ ଦେଶ ଗୁଡିକୁ ସଚେତନ କରାଯାଇଛି l

Leave A Reply