୧୯୫୩ ମସିହାରେ ମାୟାମୀ ନେସନାଲ ହରିକେନ ସେଣ୍ଟର ଓ ୱାର୍ଲଡ ମେଟେରୀୟୋ ଲୋଜିକାଲ ଅର୍ଗାନାଇଜେସନ (wmo) ଚକ୍ରବାତି ତୋଫାନ ମାନଙ୍କର ନାମ କରଣ କରିବା ଆରମ୍ଭ କରିଥିଲା l wmo ଜେନେଭା ସ୍ଥିତ ଏକ ଏଜେନ୍ସି ଅଟେ l ଯିଏକି ଚକ୍ରବତୀ ତୋଫାନ ମାନଙ୍କର ନାମ କରଣ କରିଥାଏ l ଆଗରୁ ଉତର ହିନ୍ଦୀ ମହାସାଗରରେ ଘନୀଭୂତ ହେଉଥିବା ତୋଫାନ ମାନଙ୍କର କୌଣସି ନାମ ରଖା ଯାଉନଥିଲା l କାରଣ ଏହା କରିବା ଅତ୍ୟନ୍ତ ବିବାଦସ୍ପଦ କାମଥିଲା l
ଭାରତର ଚକ୍ରବlତ ଚେତାବନୀ କେନ୍ଦ୍ରର ଅଧିକାରୀ ଶ୍ରୀଯୁକ୍ତ ଏମ .ମହାପାତ୍ର କହିବା ଅନୁସାରେ କାରଣ ଏହା ଥିଲାଯେ ଜାତୀୟ ବିବିଧତାର ଆମ ଭାରତ ଅଟେ l ଏଠାରେ ଅନେକ ସାବଧାନତା ସହକାରେ ଓ ନିରପେକ୍ଷ ଭାବରେ ସବୁକିଛି କରିବା ଆବଶ୍ୟକ ନହେଲେ ସମସ୍ତେ ଭାବିବେ ଲୋକମାନଙ୍କ ଭାବନାକୁ ଧକା ଲାଗିଲା l ୨00୪ ମସିହାରେ ଏହି ସ୍ଥିତି ବଦଳିଗଲା ,ଯେତେବେଳେ wmo ଦ୍ୱାରା ଜଣାଇ ଦିଆଗଲା ଯେ ନିଜ ଦେଶରେ ହେଉଥିବା ଚକ୍ରବାତ ତୋଫାନ ମାନଙ୍କର ନାମ ସେହି ଦେଶ ରଖିପାରିବ l
ଏହା ପରେ ଭାରତ ,ପାକିସ୍ତାନ ,ବଙ୍ଗଳାଦେଶ ,ମାଳଦୀପ ,ମିଆଁମାର ,ଓମାନ ,ଶ୍ରୀଲଙ୍କା ଓ ଥାଇଲାଣ୍ଡ କୁ ମିଶାଇ ୮ ଟି ଦେଶ ଗୋଟିଏ ବୈଠକରେ ଭାଗ ନେଇଥିଲେ l ସେହି ବୈଠକରେ ଏହି ଦେଶମାନେ ୬୪ଟି ନାମର ଏକ ତାଲିକା ପ୍ରସ୍ତୁତ କରି wmo କୁ ହସ୍ତାନ୍ତର କରିଥିଲେ l ପ୍ରତ୍ୟକଟି ଦେଶ ୮ ଟି ଲେଖାଏଁ ନାମ ଦେବେ ବୋଲି ନିୟମ ରହିଥିଲା ଓ ଏହି ନାମ ଗୁଡିକ ଦେଶର ବର୍ଣ୍ଣ କ୍ରମ ଅନୁସାରେ ଦିଆଯାଇଥିଲା l ତେଣୁ ଜୁନ ୨0୧୪ ରେ ଆସିଥିବା ଚକ୍ରବାତର ନାମ ନାନୁକ ମିଆଁମାର ରଖିଥିଲା l
ଭାରତ ଗୋଟିଏ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ରୁ ଭାରତ ସରକାର ସବୁ ଜାତି ଧର୍ମର କମିଟି ମେମ୍ବର ମାନଙ୍କ ପାଖରୁ ଉପଦେଶ ମାଗିଥାନ୍ତି l କିନ୍ତୁ ଏହି ନାମକରଣ ରେ କିଛି ନିୟମ ଅଛି l ନାମଟି ଛୋଟ ହୋଇଥିବା ଦରକାର ,ସମସ୍ତେ ବୁଝିପାରୁଥିବା ଆବଶ୍ୟକ ଓ ସମ୍ବେଦନସିଳ ହୋଇ ନଥିବା ଦରକାର l ୨0୧୩ ମସିହାରେ ଭାରତର ଦକ୍ଷିଣ ପୂର୍ବ ତଟରେ ଆସିଥିବା ଚକ୍ରବାତ ତୋଫାନର ନାମ “ଫାଇଲିନ “ଥାଇଲାଣ୍ଡ ରଖିଥିଲା l
ଭାରତ ଦେଇଥିବା ନାମ ଗୁଡିକ ହେଲା ମେଘ ,ସାଗର ,ବାୟୁ ଇତ୍ୟାଦି l ପାକିସ୍ତାନ ଦେଇଥିବା ନାମ ଗୁଡିକ ହେଲା ନିଲୋଫର ,ତିତିଲି ,ନୀଳକମଲ ଇତ୍ୟାଦି l ଏମିତି ନୁହେଁକି ଏହି ୮ ଟି ଦେଶରୁ ଦିଆଯାଇଥିବା ନାମ ଗୁଡିକୁ ନେଇ କେବେ କୌଣସି ବିବାଦ ହୋଇ ନାହିଁ ,୨0୧୩ ମସିହାରେ ଶ୍ରୀଲଙ୍କା ଦେଇଥିବା ନାମଟି ହେଲା “ମହାଶ୍ୱେନ “l ଏହି ନାମକୁ ନେଇ ସେହି ସମୟରେ ଶ୍ରୀଲଙ୍କାରେ ରାଷ୍ଟ୍ରବାଦୀ ନେତା ମାନେ ବିରୋଧ ପ୍ରଦର୍ଶନ କରିଥିଲେ l ପରେ ଏହି ନାମକୁ ପରିବର୍ତ୍ତନ କରାଯାଇ “ବିୟାରୁ” ରଖାଗଲା l ତାଙ୍କ କହିବା ଅନୁସାରେ ରାଜା ମହାଶ୍ୱେନ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା କରିଥିଲେ l
ଏହା ପୂର୍ବରୁ ଯେଉଁ ୬୪ଟି ନାମର ତାଲିକା ଥିଲା ସେଥିରେ ଅମ୍ପlନ ଶେଷ ନାମ ଥିଲା l ଏବେ ଯେଉଁ ନୂତନ ତାଲିକା ପ୍ରସ୍ତୁତ କରାଯାଇଛି ତାର ପ୍ରଥମ ନାମ “ନିସର୍ଗ” ଅଟେ l ଏହା ଏକ ବଙ୍ଗାଳି ଶବ୍ଦ ଯାହାର ଅର୍ଥ “ପ୍ରକୃତି” l ଏହି ନାମଟିକୁ ବଙ୍ଗଳାଦେଶ ଦେଇଛି l