Odisha news

ଯଦି ଓଜନ ହ୍ରାସ ପାଇଁ ନେଉଛନ୍ତି ଇଞ୍ଜେକ୍ସନ ତେବେ ହୋଇ ଯାଆନ୍ତୁ ସତର୍କ : ଡାକ୍ତରଙ୍କ ଚେତାବନୀ

0

ବର୍ତମାନ ସମସ୍ତେ ପତଳା ରହି ସ୍ମାର୍ଟ ଦେଖାଯିବ ପାଇଁ  କିଛି ନା କିଛି ପ୍ରୟାସ ଚଳାଇଛନ୍ତି, କିନ୍ତୁ ବର୍ତମାନ ଦିନକୁ ଦିନ ନୂଆ ନୂଆ ଗବେଷଣା ରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଓଜନ ହ୍ରାସ କେବଳ ଜିମ କିମ୍ବା ଯୋଗାସନ ମଧ୍ୟରେ ବର୍ତମାନ ସୀମିତ ନାହିଁ, ଏହା ବର୍ତମାନ ଓଜନ ହ୍ରାସ ପାଇଁ ଔଷଧ ଏବଂ ଇଞ୍ଜେକ୍ସନ ରେ ଯାଇ ପହଂଚିଲାଣି l ଯାହାକି ଯୁବା ବସ୍ଥାରେ ମୃତ୍ୟୁ ମୁଖକୁ ଟାଣି ନେଉଛି l

ଏହାକୁ ନେଇ ବିଶେଷଜ୍ଞ ମାନେ ନିକଟରେ କିଛିଟା ଔଷଧ ଏବଂ ଇଞ୍ଜେକ୍ସନ କୁ ଅଧ୍ୟୟନ କରି କହିଛନ୍ତି ଏହି ବିଶେଷ ଧରଣର ଇଞ୍ଜେକ୍ସନ ଏବଂ ଔଷଧ ବ୍ୟବହାର କରୁଥିବା ବ୍ୟକ୍ତି ମୃତ୍ୟୁ ମୁଖକୁ ଖୁବ ସହଜ ରେ ଯାଇପାରେ l

– ସେହି ଔଷଧ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି GLP ଔଷଧ, ଏହି ଔଷଧ କୁ ସେବନ କରିବା ଦ୍ୱାରା ଭୋକ କମି ଯାଇଥାଏ, ଏବଂ ଚର୍ବି ହ୍ରାସ ହୋଇ ମସଲସ ମଧ୍ୟ ଲସ ହୋଇଥାଏ l ଏହାର ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ରହିଛି ଯାହାକୁ ନେବା ଦ୍ୱାରା ମସଲସ ମଧ୍ୟ ନଷ୍ଟ ହୋଇଥାଏ, କାମ କରିବାକୁ ଇଚ୍ଛା ହୋଇନଥାଏ, ଥକା ଲାଗିଥାଏ, ଏବଂ ଧୀରେ ଧୀରେ ବ୍ୟକ୍ତି ବିଛଣା ରେ ପଡ଼ିଯାଏ l

– ନିୟୁ ଜର୍ସି ର ଗବେଷକ ଙ୍କ ମତରେ ଯେଉଁ ବ୍ୟକ୍ତି ଏହି ଔଷଧ କିମ୍ବା ଇଞ୍ଜେକ୍ସନ କୁ ବ୍ୟବହାର କରିଥାଏ ଏହାର ଅନେକ ପ୍ରକାରର ସାଇଡ ଇଫେକ୍ଟ ଦେଖିବାକୁ ମିଳିଥାଏ, ଯେପରିକି ଚକ୍ଷୁ କୁ କମ ଦେଖାଯିବା ମୁଣ୍ଡ ବୁଲାଇବା, ଛାତିରେ ମଝିରେ ମଝିରେ ଯନ୍ତ୍ରଣା ଅନୁଭୂତ ହେବା ଭଳି ସମସ୍ୟା ଦେଖାଯାଏ, ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ l

– ଯେତେବେଳେ ଯୁବକ ମାନେ ଆରମ୍ଭ ରେ ଏହି ଔଷଧ କୁ ସେବନ କରୁଛନ୍ତି କିମ୍ବା ଇଞ୍ଜେକ୍ସନ ନେଉଛନ୍ତି, ତାହା ତାଙ୍କ ପାଇଁ ସହଜ ହେଉଛି କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଯଦି GLP ବ୍ୟବହାର କରୁଛନ୍ତି ଏହା ଜୀବନ ପ୍ରତି ବିପଦ ଆଣି ଦେଉଛି l ବିଶେଷଜ୍ଞ ଙ୍କ ମତରେ ବ୍ୟକ୍ତି ପ୍ରାକୃତିକ ଉପାୟରେ ଓଜନ ହ୍ରାସ କରିବା ସହିତ ପ୍ରାକୃତିକ ଉପାୟ ରେ ମଧ୍ୟ ସୌନ୍ଦର୍ଯ୍ୟ ପ୍ରସାଧନ କରିବା ଆବଶ୍ୟକ l  ନଚେତ ବ୍ୟକ୍ତି ର ଜୀବନ ପ୍ରତି ବିପଦ ର କାରଣ ହୋଇପାରେ l

Leave A Reply