Odisha news

ଓଜନ କମାଇବାକୁ ଯଦି ଚାହୁଁଛନ୍ତି ତେବେ କରନ୍ତୁ ନାହିଁ ଏହିସବୁ ଭୂଲ୍ : ହୋଇପାରେ କ୍ଷତି

ମୋଟା ହେବାପାଇଁ ଆମେ କେହି ଇଚ୍ଛା କରି ନଥାଉ । କାରଣ ଏହାଦ୍ବାରା ଆମେ ଖରାପ ଦେଖାଯିବା ସହିତ ଅନେକ ରୋଗକୁ ମଧ୍ୟ ନିମନ୍ତ୍ରଣ କରିଥାଉ ।ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଓଜନ ହ୍ରାସ କରିବା ପାଇଁ ଜିମ୍ ରେ ଝାଳ ବୁହାଇବା ସହିତ ମନକୁ ମାରି ଖାଇବା ଛାଡ଼ି ଦେଇଥାନ୍ତି । କିନ୍ତୁ ସେମାନଙ୍କର ଓଜନ ହ୍ରାସ ହୋଇ ନଥାଏ ।
ତେଣୁ କିଛିଟା ଭୁଲ ରାସ୍ତାକୁ ଆପଣାଇ ଓ ଛୋଟ ଛୋଟ ଭୁଲ କରି ଆମେ ଓଜନ ହ୍ରାସ କରିପାରି ନଥାଉ ।
  * ସାଧାରଣଃ ଆପଣ ମାନେ ଚିନ୍ତା କରି ଥାଆନ୍ତି ଯେ କେବଳ ବ୍ୟାୟାମ କରିବା ଦ୍ୱାରା ପତଳା ହୋଇ ଯିବେ ,କିନ୍ତୁ ଏହା ଭୁଲ ଅଟେ । ବ୍ୟାୟାମ ସହିତ ଖଦ୍ୟପ୍ରତି ମଧ୍ୟ ସଜାଗ ରହିବା ଆବଶ୍ୟକ । ତେଣୁ ଆପଣ କେତେ କ୍ୟାଲୋରୀ ଖାଦ୍ୟ ଗ୍ରହଣ କଲେ ତାହା ସବୁବେଳେ ଧ୍ୟାନରେ ରଖନ୍ତୁ ।
* ଏହା କହିବା ଆବଶ୍ୟକ ନାହିଁ ଯେ ମଦ ଆମ ମାନଙ୍କ ଶରୀର ପାଇଁ କେତେ କ୍ଷତିକାରକ ।ଅଧିକାଂଶ ପାନୀୟରେ ଚିନି ଅଧିକ ମାତ୍ରାରେ ରହିଥାଏ। ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଅଟେ । ସେଥିପାଇଁ ମଦରେ ଅଧିକା କ୍ୟାଲୋରୀ ରହିଥିବା ହେତୁ ଓଜନ ବୃଦ୍ଧି ହୋଇଥାଏ ।
 *ଓଜନ କମାଇବା ପାଇଁ ଆପଣ ଯଦି ଚାହୁଁଛନ୍ତି ତେବେ ବ୍ୟାୟାମ ବ୍ୟତୀତ ଆଲାସୁଆମି ଛାଡନ୍ତି । ଅଳସୁଆ ହେବା ଦ୍ଵାରା ମଧ୍ୟ ଓଜନ ବୃଦ୍ଧି ହୋଇଥାଏ । ଆପଣ ଭାବିବେ ଯେ ମୋର ବ୍ୟାୟାମ ସରିଗଲା ମୁଁ ଆଉ କୌଣସି କାମ ନକରି ଅଳସୁଆ ହୋଇ ଶୋଇ ପଡିବି କିନ୍ତୁ ଆପଣ ଜାଣି ରଖିବା ଉଚିତ୍ ଏହା ଆପଣଙ୍କର ଓଜନ ବୃଦ୍ଧିର ଗୋଟିଏ କାରଣ ।
* ନିଜ ଖାଦ୍ୟରେ ଆପଣ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରିବା ସହିତ ଦୀର୍ଘ ସମୟ ଧରି ଖଦ୍ୟଠାରୁ ମଧ୍ୟ ଦୂରେଇ ରଖିଥାଏ । ଏହା ଆପଣଙ୍କ ମେଟାବୋଲିଯିମକୁ ବଢ଼ାଇବା ସହିତ ଓଜନ କମାଇବା ସମୟରେ ମାଂସପେଶୀକୁ ସୁସ୍ଥ ରଖିଥାଏ ।

Comments are closed.