Odisha news

ଏକ ଗବେଷଣାରୁ ଜଣ ପଡିଛି ଯେ ଶୋଇବା ପୂର୍ବରୁ ଏହି ଚାହା ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ

0

ଆମେ ସମସ୍ତେ ନିଜ ଜୀବନରେ କୌଣସୀନା କୌଣସି ସମୟରେ କମ କରିବା ପାଇଁ ଚେଷ୍ଟା କରିଥାଉ l କିନ୍ତୁ ଓଜନ କମାଇବା ଅଟେ ସହଜ କାମ ନୁହେଁ l ଶରୀରର ଅତିରିକ୍ତ ଚର୍ବି କମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ,ଧର୍ଯ୍ୟ ,ସମର୍ପଣ ଓ ସୁସ୍ଥକର ଜୀବନ ଶୈଳୀ ଆବଶ୍ୟକତା ରହିଛି l ଯଦି ଆମେ ଆପଣଙ୍କୁ କହିବୁ ଶୋଇବା ସମୟରେ ନିଜର ଓଜନ କମାଇ ପାରିବେ ତାହାପୁଣି ଅତି ସହଜ ଭାବରେ ତେବେ ଆଶ୍ଚର୍ଯ୍ୟ ହୋଇ ଯିବେ l ଗୋଟିଏ ଗବେଷଣା ଅନୁସାରେ ୟୁନିଭର୍ସିଟି ଅଫ ତୁସ୍କାବାର ରିପୋର୍ଟ ଅନୁସାରେ ଶୋଇବା ପୂର୍ବରୁ ଓଳଙ୍ଗ ଚାହାର ସେବନ କରି ଆପଣ ଓଜନ କମାଇ ପାରିବେ l

କଣ କହୁଛି ଗବେଷଣାର ତଥ୍ୟ –

ଏହି ଚାହାଟି ଗ୍ରୀନଟି ଭଳି ଲାଭ ଦାୟକ ଅଟେ l ଏହା ଆପଣଙ୍କ ମେଟାବୋଲିଜ୍ମ ଉପରେ ସକାରତ୍ମକ ପ୍ରଭାବ ପକାଇବ l ଗବେଷକ ମାନଙ୍କର ମତ ଅନୁସାରେ ମାନବ ଶରୀରରେ ଶକ୍ତି ଓ ଫୁର୍ତି ଜାଗ୍ରତ କରିବା ପାଇଁ ଓଳଙ୍ଗ ଚାହାର ଖୁବ ମହତ୍ୱ ରହିଛି l ଏହି ଗବେଷଣାରେ ଦୁଇ ସପ୍ତାହର ସମୟ ନିଆଯାଇଥିଲା ,ଯେଉଁଥିରେ ୧୨ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ,ସେଥିରେ ସେମାନଙ୍କର ବୟସ ସୀମା ୨୦ ରୁ ୫୬ ରହିଥିଲା l

ଗବେଷକ ମାନେ ମତ ଦେଇଛନ୍ତି ଯେ ଗବେଷଣା ସମୟରେ ୨୦ ପ୍ରତିଶତ ଲୋକଙ୍କର ଦ୍ରୁତ ଗତିରେ ଓଜନ କମ ହୋଇଥିଲା l ଗବେଷକମାନେ କହିଛନ୍ତି ଯେ ନିଦରେ ଶୋଇବା ସମୟରେ ଓଳଙ୍ଗ ଚାହାର ଉତେଜକ ପ୍ରଭାବ ଶରୀରର ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଆପଣ ଏହି ଚାହାକୁ ଦିନକୁ ଦୁଇ ରୁ ତିନିଥର ପିଇ ପାରିବେ l ଓଳଙ୍ଗ ଚାହା ଅଧିକ ପିଇବା ଦ୍ୱାରା ଆପଣ ଅନ୍ୟ ରୋଗର ମଧ୍ୟ ଶିକାର ହୋଇ ପାରନ୍ତି l

ଓଳଙ୍ଗ ଚାହାରୁ ମିଳୁଥିବା ଲାଭ –

ଏହି ଚାହା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ ବୋଲି ଗବେଷଣାରୁ ଜଣା ପଡିଛି ତା ସହିତ ହୃଦରୋଗୀ ମାନଙ୍କ ପାଇଁ ଓଳଙ୍ଗ ଚାହା ରାମବାନ ଅଟେ l କାରଣ ଏହା ହୃଦୟ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ l ଏହା ସ୍ତନ କର୍କଟ ରୋଗ ପାଇଁ ମଧ୍ୟ ହିତକର l କଫି ଭଳି ଓଳଙ୍ଗ ଚାହାରେ କେଫିନ ରହିଥିବା ହେତୁ ମସ୍ତିସ୍କ ଠିକରେ କାମ କରିଥାଏ l

Leave A Reply