Odisha news

ମାସ୍କ ପିନ୍ଧୁଛନ୍ତି କିନ୍ତୁ ସାମାଜିକ ଦୂରତ୍ୱ ରଖୁ ନାହାନ୍ତି।

0

ବୋରିଗୁମ୍ମା : ମହାମାରୀ କରୋନା ପାଇଁ ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ମାର୍ଚ୍ଚ ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରତେକ ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ କୁହାଯାଇଥିଲା। ଏପ୍ରିଲ ୯ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଯେକୋୖଣସି ବ୍ୟକ୍ତି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ। ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କ ପିନ୍ଧିବା ନେଇ  ସଚେତନତା କରାଗଲା।

ବହୁ ସ୍ବେଚ୍ଛାସେବୀ ସଂଗଠନ,ସ୍ୱୟଂ ସହାୟକ ଗୋଷ୍ଠୀ, ରାଜନୈତିକ ଦଳ, ବ୍ୟକ୍ତି ବିଶେଷ ମାନେ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କଲେ। ଯାହାଫଳରେ ଲୋକେ ଘରୁ ବାହାରିଲେ ମାସ୍କ ପିନ୍ଧିଲେ। କିନ୍ତୁ କୌଣସି ଲୋକ ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା ଦେଖାଦେଉଛି। ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଚାଲିଛି। ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ରହୁଛି। ଲୋକମାନେ କଟକଣା କୁ ଠିକ ରୂପେ ମାନୁ ନାହାନ୍ତି। ବୋରିଗୁମ୍ମା ସହର ରେ ଏହିଭଳି ଦେଖାଦେଇଛି। ଘରୁ ବାହାରିଲେ ମୁହଁରେ ମାସ୍କ ପିନ୍ଧୁଥିବା ବେଳେ ସାମାଜିକ ଦୂରତା କୁ ଭୁଲି ଯାଉଛନ୍ତି। ପନିପରିବା ଦୋକାନ ଠାରୁ ଆରମ୍ଭ କରି ତେଜରାତି ଦୋକାନ, ହୋଟେଲ ଓ ଅନ୍ୟାନ୍ୟ ଦୋକାନ ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।

ଦୋକାନୀ ମାନେ ଲୋକ ଙ୍କ ପାଇଁ ଦୋକାନ ସାମନାରେ କୌଣସି ପ୍ରକାର ସାମାଜିକ ଦୂରତା ପାଇଁ ଗୋଲେଇ କରୁନାହାନ୍ତି। ବୋରିଗୁମ୍ମା ସହର ରେ ବିଭିନ୍ନ ପ୍ରକାର ଜଳଖିଆ ଓ ମିଲସ ହୋଟେଲ ଖୋଲା ରହିଛି। କେବଳ ପାର୍ଶଲ ବୋଲି ନାମ ଫଳକ ଲେଖିଥିଲେ ହେଁ ହୋଟେଲ ଭିତରେ ଲୋକମାନେ ଖାଉଥିବା ଅଭିଯୋଗ ହେଉଛି। ସବୁ ଦୋକାନ ସେହି ଏକା ଅବସ୍ଥା। ସେହିପରି କୌଣସି ସରକାରୀ କାର୍ଯ୍ୟାଳୟରେ ଲୋକ ମାନେ ସାମାଜିକ ଦୂରତା ରକ୍ଷା କରି ନାହାନ୍ତି।ବୋରିଗୁମ୍ମା ସହର ରେ ଥିବା କାର୍ଯ୍ୟାଳୟ ଯଥା ବ୍ଲକ, ତହସିଲ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ଲୋକମାନେ ସାମାଜିକ ଦୁରତା ରଖୁ ନାହାନ୍ତି।ଲୋକମାନେ ମନଇଚ୍ଛା ଚଳାବୁଲା କରୁଥିବା ଅଭିଯୋଗ ହେଉଛି।

ସତେ ଯେମିତି ଲାଗୁଛି, ସ୍ୱାଭାବିକ ସ୍ଥିତି ହୋଇଗଲାଣି। ରାଜ୍ୟ ସରକାର ବାରମ୍ବାର ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ହେଁ ବୋରିଗୁମ୍ମା ସହର ରେ ଏହାର ଖୋଲାଖୋଲି ଉଲଂଘନ ହେଉଛି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

Leave A Reply