ବାଲିଗୁଡା,23/5 : ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି l ଯାହାକି, କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା 3 ରେ ପହଂଚିଛି l ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ସ୍ୱାସ୍ଥ୍ୟଅଧିକାରୀଙ୍କ ନିର୍ଦେଶ ପ୍ରକାରେ ଡିଏଚଏଚର ଚିଠି ସଂଖ୍ୟା- 5777/ 19.3.20 ଅନୁଯାୟୀ କନ୍ଧମାଳରେ କୋଭିଡ 19 ଆକ୍ରାନ୍ତ ଓ ସନ୍ଦେହ ରୋଗୀଙ୍କୁ ସେବା ଶୁଶ୍ରୁଷା ପାଇଁ କନ୍ଧମାଳ ଜ଼ିଲ୍ଲାର ଛଅ ଗୋଟି ବ୍ଲକ ଯଥା- ଫୁଲବାଣୀ, ଶଙ୍କରାଖୋଲ, ରାଇକିଆ,ବାଲିଗୁଡା, ଦାରିଙ୍ଗବାଡି ଓ କୋଟଗଡ ବ୍ଲକର ଛଅ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଭାରତ ଏଜେନସି ଜରିଆରେ ନିଯୁକ୍ତି ପ୍ରଦାନ କରାଯାଇଥିଲା l
ସରକାରୀ ନିର୍ଦେଶ ପ୍ରକାରେ ଗୃହତ୍ୟାଗ କରି 57ଜଣ ଏଏନଏମ ଓ ଷ୍ଟାଫ ନର୍ସ ଦୀର୍ଘ 61ଦିନକାଳ ନିଜ ଜୀଵନକୁ ବାଜିଲଗାଇ କୋଭିଡ଼ ଯୋଦ୍ଧାଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିବା ଯୋଗୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମlନ ଦେଉଛନ୍ତି l ହେଲେ ଶ୍ରମ କମିଶନର ଡ଼ଃ.ଏନ.ତିରୁମାଲା ନାୟକଙ୍କ ଚିଠି ସଂଖ୍ୟା 2752/21.3.2020 ଅନୁଯାୟୀ କନ୍ଧମାଳ ରୋଗୀଙ୍କ ସେବାପାଇଁ ଚୁକ୍ତି ଅଵଧି ବୃଦ୍ଧି କରିଥିଲେ l
ଫଳରେ ସ୍ୱାସ୍ଥ୍ୟକର୍ମୀ ନିଜ ଆତ୍ମୀୟ ସ୍ୱଜନଙ୍କ ସେବାକରିବା ପାଇଁ ଆଶା ପ୍ରକଟ ମଧ୍ୟ କରିଥିଲେ l କର୍ମଚାରୀଙ୍କ ଦରମା ଶ୍ରମ କମିଶନର ଫଣ୍ଡରୁ ଏବଂ କୋଭିଡ ଇନସେନଟିଭ ଫଣ୍ଡରୁ ପାରିଶ୍ରମିକ ରାଶି ଯୋଗାଇ ଦେବାକୁ ସ୍ଥିରକରାଯାଇଥିଲା, କିନ୍ତୁ କନ୍ଧମାଳ ଜ଼ିଲ୍ଲାରେ କୋରନା ପଜିଟିଭ 3 ଜଣଙ୍କ ଠାରେ ବାହାରି ଥିଲେ ମଧ୍ୟ ଓଡିଶାର 29 ଜ଼ିଲ୍ଲାରେ କୌଣସି ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରାଯାଇ ନଥିବା ସ୍ଥଳେ କେବଳ କନ୍ଧମାଳ ଜ଼ିଲ୍ଲାରେ ମନମାନୀ କରି ଚାକିରୀରୁ ଛଟେଇ କରାଯାଇଛି ଏବଂ ଦୁଇ ମାସର ପାରିଶ୍ରମିକ ଦିଆଯାଇ ନଥିବା ଅଭିଯୋଗ ହେଉଛି l
କୌଣସି କର୍ମଚାରୀଙ୍କୁ କାର୍ଯ୍ୟରୁ ନ ହଟାଇବା ପାଇଁ ସରକାରୀ ନିୟମ ଥିବାବେଳେ ସରକାରୀ ଆଇନ କାନୁନକୁ ଏଠାରେ ଦଳିମକଚି ଭାଙ୍ଗିଦିଆ ଯାଇଛି l ଏହାକୁ ନେଇ ଜ଼ିଲ୍ଲା ମିଳିତ ନାଗରିକ କମିଟି ଗଭୀର ଉଦବେଗ ପ୍ରକାଶ କରିଛି l ଛଟେଇ ହୋଇଥିବା ସ୍ୱାସ୍ଥ୍ୟକର୍ମୀ,ଏଏନଏମ, ଷ୍ଟାଫ୍ଫ ନର୍ସ ମାନେ ଜ଼ିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପାଇଁ ଦ୍ଵାରସ୍ଥ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଭେଟିବା ପାଇଁ କୁଆଡେ ସୁଯୋଗ ଦିଆଯାଇନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ l ଏନେଇ ଛଟେଇ କର୍ମଚାରୀ ମାନେ ଉଚ୍ଚ ନ୍ୟାୟଳର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି l
ଦେଶରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଥିବା ବେଳେ କନ୍ଧମାଳରେ ସ୍ୱାସ୍ଥ୍ୟକର୍ମୀ ବା ଯୋଦ୍ଧାଙ୍କୁ ଅସମ୍ମାନ କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦାନାବାନ୍ଧୁଛି l ଶ୍ରମସଚିବ ଡ଼ଃ.ତିରୁମାଲା ନାୟକଙ୍କ କଡା ନିର୍ଦେଶ ରହିଛି ଯେ ଏହି ବିଶ୍ୱ ମହାମାରୀ କୋରାନl ଯୁଦ୍ଧ ସମୟରେ କୌଣସି ସରକାରୀ ଓ ବେସରକାରୀ କର୍ମଚାରୀ ବା ଶ୍ରମଜୀବିଙ୍କୁ ଚାକିରୀରୁ ବହିଷ୍କାର କରାଯିବ ନାହିଁ କୋରାନl ପ୍ରବକ୍ତା ସୁବ୍ରତ ବାଗଚୀ ମଧ୍ୟ ନିଜ ସମ୍ଭାଷଣ ରେ ଏ ସମ୍ପର୍କରେ ବାରମ୍ବାର ଦୋହରାଇଛନ୍ତି l ଏହି ପ୍ରସଙ୍ଗରେ କନ୍ଧମାଳ ଜିଲ୍ଲାର ବରିଷ୍ଠବ୍ୟକ୍ତି ତଥା ମିଳିତ ନାଗରିକ କମିଟିର ସଭାପତି ଡ଼ଃ.ଅରୂପ କୁମାର ଜେନା ଓ ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ପ୍ରଶ୍ନ ଉଠାଇଛନ୍ତି l ଏନେଇ ମିଳିତ ନାଗରିକ କମିଟି ଏହାର ନିରପେକ୍ଷ ତଦନ୍ତ ସହ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେବା ତଥା ଚୁକ୍ତି ଅଵଧି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଇଛନ୍ତି l