ନୂଆଦିଲ୍ଲୀ,୧୧ା୯(ଏଜେନ୍ସି): ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ପାଇଁ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଦଳର ଦୁଇ ପ୍ରମୁଖ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂ ଏଥର ଆଇପିଏଲ୍ ଖେଳିବେ ନାହିଁ । ନିକଟରେ ମହେନ୍ଦ୍ର ସିଂ ଧୋନି ଓ ସୁରେଶ ରାଇନା ଗୋଟିଏ ଦିନରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ଏହାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଦୁବାଇରୁ ଭାରତ ଫେରି ଆସିଥିଲେ । କିମ୍ବଦନ୍ତର ଅଫ୍ସ୍ପିନର ହରଭଜନ ସିଂ ମଧ୍ୟ ଲିଗ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇ ଖେଳାଳିଙ୍କ ସମେତ ଦଳର ଡଜନରୁ ଅଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ । ଭାରତରୁ ୟୁଏଇ ପହଞ୍ଚିବା ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ୍ସ ନାନାବିଦ ଘଟଣାବଳୀ ପାଇଁ ଚର୍ଚ୍ଚାରେ ରହିଛି । ରାଇନାଙ୍କ ଭାରତ ଫେରିଆସିବା ଦଳ ପାଇଁ ବଡ଼ ସମସ୍ୟା ଥିଲା ।