Odisha news

ଜାହାନିଆଁ ଉପକୂଳରେ ପାନୀୟ ଜଳର ଘୋର ଅଭାବ ହାଣ୍ଡି ମାଠିଆ ଧରି ରାଜରାସ୍ତାରେ ମହିଳା ।

0

ଅସ୍ତରଙ୍ଗ : ଅସ୍ତରଙ୍ଗର ଜାହାନିଆଁ ଉପକୂଳରେ ଦେଖାଦେଇଛି ପାନୀୟ ଜଳର ଘୋର ଅଭାବ । ବହୁ ଦିନରୁ ଉକ୍ତ ଉପକୂଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଅସ୍ତରଙ୍ଗ ଠାରୁ ପାଣି ପାଇପ୍ ବିଛାଯାଇଥିଲେ ମଧ୍ୟ, ଅଦ୍ୟାବଧି ପାଣି ପାଇପ୍ ପାନୀୟ ଜଳ ହେଉଛି ଏହି ଅଂଚଳବାସୀଙ୍କ ପାଇଁ ସାତ ସପନ । ଯାହା ଫଳରେକି, ପିଇବା ପାଣି ନପାଇ ପାରି ଏହି ଗ୍ରାମର ମହିଳା ମାନେ ଟ୍ୟାଙ୍କର ଦ୍ୱାରା ଆସୁଥିବା ପାଣି ହେଉକି, ଅନ୍ୟ କୈାଣସି ସାହାର୍ଯ୍ୟରେ ଆସୁଥିବା ପାଣି ହେଉ ସେହି ପାଣି ନେବା ପାଇଁ ଗରା, ବାଲ୍ଟି ଧରି ରାସ୍ତା କଡରେ ଦିର୍ଘ ସମୟ ଧରି ବସି ରହୁଥିବା ଦେଖିବାକୁ ମଳୁଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜାହାନିଆଁ ଉପକୂଳର ଜଳପଥ ସୀମା ୨୫କି.ମି. ହୋଇଥିବା ବେଳେ ୬ ଗୋଟି ଗ୍ରାମ ପଂଚାୟତ ଏଥିରେ ସଲଗ୍ନ । ସେହି ପଂଚାୟତ ତଥା ଛୁରିଆନା, କୋରଣା, ଶିଶୁଅ, ନୂଆଗଡ, ନଗର, ଆଳସାହି ଆଦି ଗ୍ରାମ ପଂଚାୟତରେ ପାନୀୟଜଳର ଘୋର ଅଭାବ । ନଳକୂପ ଗୁଡିକ ପ୍ରାୟ ଲୁଣି ବା କ୍ଷାରିୟ ପାଣି ପଡୁଥିବାରୁ ପାଇପ୍ ପାଣି ଉପରେ ନିର୍ଭରଶୀଳ ଏହି ଅଂଚଳବାସୀ । ଏହି ସବୁ ଗ୍ରାମ ପଂଚାୟତ ମାନଙ୍କୁ ଅସ୍ତରଙ୍ଗ ଠାରୁ ପାଇପ୍ ଦ୍ୱାରା ପାନୀୟଜଳ ଯୋଗାଇ ଦେବା ପାଇଁ ପାଇପ ବିଛା ଯାଇଥିଲେ ମଧ୍ୟ କେତବେଳେ କାଁ ଭାଁ ପାଣି ଆସିଥାଏ । ଯେଉଁ ପାଣି ଆସିଥାଏ ସେ ପୁଣି ଆସୁଥିବା ପାଣିର ପ୍ରେସର ଅଭାବରୁ କେତକ ଗ୍ରାମବାସୀ ପାଣି ପାଉଥିବା ବେଳେ ସମୁଦ୍ର ସଲଗ୍ନ ଗ୍ରାମ ଗୁଡିକ ପାଣି ପାଇବାରୁ ବଂଚିତ । ତେଣୁକରି କେତକ ଗ୍ରାମବାସୀ ପାନୀୟଜଳ ପାଇପ୍କୁ ନିର୍ଭର ନକରି କୂଅଦ୍ୱାରା ମଧୁରିପାଣି ପଡିବାର ସୁଯୋଗ ଥିବାରୁ କୂଅ ଖୋଳି ପାଣି ବ୍ୟବହାର ନିମନ୍ତେ ପଂଚାୟତ ତଥା ବ୍ଲକକୁ ଜଣାଇଥିଲେ ମଧ୍ୟ ତାହା ଅଦ୍ୟାବଧି ସଫଳ ହୋଇପାରିନାହିଁ । ତେଣୁକରି ବହୁ ଘରୋଇ ଲୋକ ନଳକୂପରୁ ବାହାରୁଥିବା ପାଣିକୁ ଆକୁଆ ଫିଲ୍ଟର ଦ୍ୱାରା ବିଶୋଧନ କରି ପିଉଥିବା ସ୍ଥଳେ , ଆଉ କେତକ କଷ୍ଟେ ମଷ୍ଟେ ସେହି ପାଣି ବ୍ୟବହାର କରୁଛନ୍ତି । ଏ ବିଷୟରେ ଛୁରିଆନା ଗ୍ରାମ ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ପାନୀୟଜଳର ଅଭାବ ଦେଖାଦେବାରୁ ପଂଚାୟତର ୧୦ ଖଣ୍ଡ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବାରୁ ଆଉ କେତକ ଗାଁ କୁ ପାଣି ପାଇପ ବିଛାଯାଇଥିଲେ ମଧ୍ୟ ପାଣି ପ୍ରେସରର ଅଭାବ ଓ ପଡିଥିବା ପାଣି ପାଇପ୍ ଖରାପ ଥିବାରୁ ପାଣି ପହଁଚି ପାରୁ ନାହିଁ । ଲଗ ଡାଉନ ଉଠିଲେ ଏଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟକ୍ଷମ କରାଯିବ । ତେଣୁକରି ରାଜ୍ୟ ସରକାରଙ୍କର ପାନୀୟଜଳ ବିଭାଗ ଓ ଆର.ଡବ୍ଲୁ.ଏସ.ଏସର କର୍ମକର୍ତ୍ତା ଏଥିପ୍ରତି ଦୃଷ୍ଟି ଦେଇ ଉପକୂଳ ଅଂଚଳରେ ପନୀୟଜଳ ଯୋଗଇ ଦେବା ନିମନ୍ତେ ହୋଇଥିବା ସମସ୍ୟାର ସମାଧାନ ପାଇଁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି ।

Leave A Reply