Odisha news

କଣ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ? କଣ କହୁଛନ୍ତି ଏକ୍ସପର୍ଟ

0

ଓଜନ ହ୍ରାସ ପାଇଁ ଡାଏଟିଂ , ଜିମ କିମ୍ବା ଅନେକ ପ୍ରକାର ସପ୍ଲିମେଣ୍ଟ ସେବନ ସାଦାରଣ ଭାବରେ କରାଯାଉଛି l କିନ୍ତୁ ଓଜନ ହ୍ରାସ କରିବା ପାଇଁ ଗୋଟିଏ ସାଧାରଣ ଓ ସହଜ ଉପାୟ ରହିଛି ଯାହା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ l ତାହା ହେଉଛି ପାଣି ପିଇବା l ପାଣି କେବଳ ଶରୀର କୁ ହାଇଡ୍ରେଟ ରଖି ନଥାଏ ବରଂ ଓଜନ ହ୍ରାସ ପାଇଁ ମଧ୍ୟ ସାହାଯ୍ୟ କରିଥାଏ l

ହାବାର୍ଡ ବିଶ୍ୱବିଦ୍ୟାଳୟ ର ଗବେଷକଙ୍କ ଅନୁସାରେ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏକ୍ସପର୍ଟ ଙ୍କ ମତରେ ଯଦି ଆପଣ ଖାଇବା ପୂର୍ବରୁ ପାଣି ପିଉଛନ୍ତି ତେବେ ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l

ଖାଇବାର ଅଧଘଣ୍ଟା ପୂର୍ବରୁ ଯଦି ଆମେ ଯଦି ପାଣି ପିଇଥାଉ ତେବେ ପେଟ ଭରି ହୋଇଥାଏ ଏବଂ ଆମେ ଖାଦ୍ୟ କମ ଖାଇଥାଉ ଯେଉଁ କାରଣରୁ ଖାଦ୍ୟ ହଜମ ହୋଇଥାଏ ଏବଂ ଓଜନ ମଧ୍ୟ ବୃଦ୍ଧି ହୋଇନଥାଏ l ଏବଂ କମ କ୍ୟାଲୋରୀ ଯୁକ୍ତ ଭୋଜନ ଆମେ କରିବା ଜରୁରୀ l

ଶରୀରରେ ଉଚିତ ମାତ୍ରାରେ ପାଣି ରହିବା ଦ୍ୱାରା ମେଟାବୋଲିଯିମ ରେ ସୁଧାର ଆସିଥାଏ, ଏବଂ ଶରୀରର କ୍ୟାଲୋରୀ ଦ୍ରୁତ ବେଗରେ ନଷ୍ଟ ହୋଇଥାଏ l ଯାହାଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l ଗୋଟିଏ ଅଧୟନ ରେ ଏହା ମଧ୍ୟ କୁହାଯାଇଛି ଯେ ପାଣି ପିଇବା ଦ୍ୱାରା ଶରୀରରେ କ୍ୟାଲୋରୀ ନଷ୍ଟ ହେବା ୩୦ ପ୍ରତିଶତ ଅଧିକ ବଢ଼ିଯାଇ ଥାଏ l

ଓଜନ ହ୍ରାସ ପାଇଁ ଶରୀର ଫ୍ୟାଟ ବର୍ନ କରିବା ଆବଶ୍ୟକ l ପାଣି ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରକ୍ରିୟା ପାଇଁ ସାହାଯ୍ୟ କରିଥାଏ l ପାଣି ପିଇ ଶରୀରର କୋଷିକା ରେ ଥିବା ଫ୍ୟାଟ କୁ ଉର୍ଜା ଭାବରେ ପୋଡା ଯାଇପାରିବ l

* ସବୁଠୁ ଗୁରୁତ୍ୱପୁର୍ଣ ତଥ୍ୟ -:
ଓଜନ ହ୍ରାସ ପାଇଁ ପାଣି ପିଇବାର ସମୟ ମଧ୍ୟ ମହତ୍ଵପୁର୍ଣ ଅଟେ, ଭୋଜନ ର ଅଧଘଣ୍ଟା ପୂର୍ବରୁ ପାଣି ପିଇବା ଜରୁରୀ l ଏବଂ ସନ୍ଧ୍ୟା ପୂର୍ବରୁ ପାଣି ଅଧିକ ମାତ୍ରାରେ ସେବନ କରିବା ଜରୁରୀ l ରାତିରେ ବିଛଣା କୁ ଯିବାର ୨ଘଣ୍ଟା ପୂର୍ବରୁ କୌଣସି ଜିନିଷ ଖାଇବା ଉଚିତ ନୁହେଁ କିମ୍ବା ପିଇବା ଉଚିତ ନୁହେଁ l

Leave A Reply