Odisha news

ଥ୍ୟାଙ୍କସ ଓ ଥ୍ୟାଙ୍କୟୁ ମଧ୍ୟରେ ଫରକ କଣ ରହିଛି ଏବଂ ଦୁଇଟି ଶବ୍ଦ କେଉଁଠି ପ୍ରୟୋଗ ହୋଇଥାଏ

0

ଆମେ ଆଜିର ଦୁନିଆରେ ଯେଉଁ ଭାଷାଭାଷୀ ର ଲୋକେ ହୋଇଥିଲେ ମଧ୍ୟ ଅନ୍ୟ ନିକଟରୁ କିଛିଟା ସାହାଯ୍ୟ ପାଇବା କ୍ଷଣି କୃତଜ୍ଞତା ଜଣାଇ ତୁରନ୍ତ କହି ଦେଇଥାଇ ଥ୍ୟାଙ୍କସ କିମ୍ବା  ଥ୍ୟାଙ୍କୟୁ l ଯାହାକି ଆମ ପ୍ରତିଦିନ ପାଟିରୁ ବାହାରୁଥିବା ଗୋଟିଏ ସାଧାରଣ ଶବ୍ଦ ଅଟେ l ଏହା ଅନ୍ୟପ୍ରତି କୃତଜ୍ଞତା  ପ୍ରକଟ କରିବାର ଗୋଟିଏ ସୁନ୍ଦର ଓ ଭଦ୍ର ଜରିଆ ଅଟେ l କିନ୍ତୁ କୃତଜ୍ଞତା ଜଣାଇବାର ଦୁଇଟି ସବ୍ଧ ଥ୍ୟାଙ୍କସ ଓ ଥ୍ୟାଙ୍କୟୁ ମଧ୍ୟରେ କଣ ରହିଛି ଫରକ ତାହା ଆପଣ ଜାଣିଛନ୍ତି କି ?

ଏହି ଦୁଇଟି ଶବ୍ଦ ଆମେ ସମସ୍ତେ ନିୟମିତ ବ୍ୟବହାର କରିଥିଲେ ମଧ୍ୟ ଏହାର ଅର୍ଥ ଏବଂ ପ୍ରୟୋଗ ବିଷୟରେ ଆମେ ଜାଣିନଥାଉ l ଏବଂ ଭାବି ନେଇଥାଉ ଯେ ଏହି ଦୁଇଟି ଶବ୍ଦ ର ଗୋଟିଏ ଅର୍ଥ ରହୁଛି l ଇଂରାଜୀ ରେ ଥ୍ୟାଙ୍କସ ହେଉଛି ଗୋଟିଏ ଅନଉପଚାରିକ ଶବ୍ଦ ଅଟେ, ଯେବେକି ଥ୍ୟାଙ୍କୟୁ ଗୋଟିଏ ଉପଚାରିକ ଶବ୍ଦ l ଶବ୍ଦ କୋଷର ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତି ଙ୍କ ଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ହୋଇଥାଏ ଏବଂ ସେ ଆପଣଙ୍କର ସାହାଯ୍ୟ କରିଥାଏ ତେବେ ତାଙ୍କୁ ଥ୍ୟାଙ୍କସ କହି କୃତଜ୍ଞତା ଜଣା ଯାଇଥାଏ l ଏହା ବିଶେଷ ଭାବରେ ନିବିଡ଼ ବନ୍ଧୁ, ସହଯୋଗୀ, କିମ୍ବା ନିଜ ଲୋକଙ୍କୁ କୁହାଯାଇଥାଏ l

ଅନ୍ୟ ପକ୍ଷରେ ଯଦି କୌଣସି ବ୍ୟକ୍ତି ନିକଟରୁ ଆପଣଙ୍କର ବ୍ୟକ୍ତିଗତ ସମ୍ବନ୍ଧ ନାହିଁ କିନ୍ତୁ ସେ ଆପଣଙ୍କର ସାହାଯ୍ୟ କରୁଛି ତେବେ ଆପଣ ସେହି ସ୍ଥାନରେ ବିନମ୍ର ଜଣାଇ ଥ୍ୟାଙ୍କୟୁ କୁହାଯାଇଥାଏ l କେବଳ ଏତିକି ନୁହେଁ ପରିବାରରେ ନିଜ ଠାରୁ ବଡ଼ ମାନଙ୍କ ପ୍ରତି କୃତଜ୍ଞତା ଜଣାଇ  ଥ୍ୟାଙ୍କୟୁ କୁହାଯାଇ ଥାଏ l

Leave A Reply