Odisha news

ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର: ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତୀ 

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପଞ୍ଚାୟତ  ସିକିଡିକିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଅବସ୍ଥାରେ ଟିକାବାଲି ମେଡିକାଲ ଭର୍ତ୍ତି। ସୂଚନା ଅନୁସାରେ ଶୁକ୍ରବାର  ସଂଧ୍ୟାରେ ସିକିଡିକିଆ ଗ୍ରାମର ପ୍ରଶାନ୍ତ କହଁର ନିଜ ପୁଅ ବିବେକ କହଁରଙ୍କୁ ଟାଙ୍ଗିଆରେ ମୁଣ୍ଡକୁ ହାଣି ଦେଇଥ‌ିବା ଜଣା ପଡିଛି । ଗ୍ରାମବାସୀ ବିବେକଙ୍କୁ ଉଦ୍ଧାର କରି ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ତେବେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବିବେକଙ୍କ ମୁଣ୍ଡରେ ଟାଙ୍ଗିଆ ପଶି ରହିଥ‌ିବାରୁ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରିଥ‌ିବା ଜଣା ପଡ଼ିଛି ।ଏ ନେଇ ଶୁକ୍ରବାର ରାତ୍ର ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି l

Leave A Reply