ଚେନ୍ନାଇ ନିବାସୀ ଇଲ୍ୟାରାମ ଶେଖର୍ ନିକଟରେ ପାଣି ଭିତରେ ଶ୍ୱାସ ଅଟକାଇ ରୁବିକ୍ କୁ୍ୟବ୍ ସମାଧାନ କରି ନୂଆ ରେକର୍ଡ କରିଛନ୍ତି । ପାଣିରେ ସବୁଠୁ ଅଧିକ ରୁବିକ୍ କୁ୍ୟବ୍ ସମାଧାନ କରି ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ପାଣି ଭିତରେ ୨ ମିନିଟ୍ ୧୭ ସେକେଣ୍ଡ ରହି ସେ ୬ଟି ରୁବିକ୍ କୁ୍ୟବ୍ସ ସମାଧାନ କରିଥିଲେ । ତାଙ୍କର ଗୋଟିଏ ଭିଡିଓକୁ ଗିନିଜ୍ ବିଶ୍ୱ ରେକର୍ଡ ୟୁଟୁ୍ୟବ୍ରେ ସେୟାର୍ କରିଛି । ୨୫ ବର୍ଷୀୟ ଇଲ୍ୟାରାମ ୨୦୧୩ରେ ଏ ରେକର୍ଡ ପାଇଁ ଆବେଦନ କରିଥିଲେ । ସେ ଇଞ୍ଜନିୟରିଂ କରୁଛନ୍ତି । ତେବେ ଯୋଗ ଓ ପ୍ରାଣାୟାମ ଯୋଗୁ ପାଣି ଭିତରେ ଏତେ ସମୟ ଶ୍ୱାସ ନ ନେଇ ଏ ସଫଳତା ହାସଲ କରିବାକୁ ସକ୍ଷମ ହୋଇଥିବା ସେ କହିଛନ୍ତି ।