ଜୟପୁର, ୨୫ା୮ (ଏଜେନ୍ସି): ଭାରତୀୟ ଦଳର ପୂର୍ବତନ ଓପନର୍ ୱାସିମ୍ ଜାଫର
ଅନୁଭବ କରିଛନ୍ତି ଯେ, ଯଦି ସେ କ୍ରମାଗତ ଭଲ ପ୍ରଦର୍ଶନ କରିଥାନ୍ତେ ତେବେ ଟିମ୍ ଇଣ୍ଡିଆ ପାଇଁ ୧୦୦ରୁ ଅଧିକ ଟେଷ୍ଟ ଖେଳିଥାନ୍ତେ । ସ୍ପୋଟ୍ସ ଷ୍ଟାର୍ର ଏକ କାର୍ଯ୍ୟକ୍ରମ ଅଫ୍ ଫିଲïରେ ଅଂଶ ଗ୍ରହଣ କରି ଏଭଳି ମତ ରଖିଛନ୍ତି । ତାଙ୍କ ପ୍ରଦର୍ଶନରେ ସ୍ଥିରତା ନଥିବା ସ୍ୱିକାର କରିଛନ୍ତି । ଯଦି ସେ ଭଲ ଖେଳିଥାନ୍ତେ, ଅନ୍ୟମାନଙ୍କ ଭଳି
୧୦୦ରୁ ଅଧିକ ଟେଷ୍ଟ ଖେଳିବାର ସୁଯୋଗ ପାଇଥାନ୍ତେ । ମୁଁ ଟିମ୍ ଇଣ୍ଡିଆ ପାଇଁ କହିଁକି ସୁଯୋଗ ପାଇଲିନାହିଁ , ତାହା କେବଳ ଚୟନକର୍ତ୍ତା ହିଁ କହିପାରିବେ ବୋଲି ଜାଫର କହିଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟର ଅପେକ୍ଷା ଜାଫରଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର ଅତ୍ୟନ୍ତ ସମୃଦ୍ଧ । ଜାଫରଙ୍କୁ ଘରୋଇ କି୍ରକେଟ’ର ବାଦଶାହା ବୋଲି କୁହାଯାଏ । ସେ ୨୬୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୯ହଜାରରୁ ଅଧିକ
ରନ୍ କରିଥିଲେ ।
Prev Post
Next Post