Odisha news

ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ

0

ଭୁବନେଶ୍ୱର,୨୫ା୮ : ଲଘୁଚାପ ଜନୀତ ବର୍ଷା ଯୋଗୁଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଦିଆଯାଇଛି । ବର୍ଷାଜନୀତ ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ଲଘୁଚାପ ଜନୀତ ବର୍ଷା ଯୋଗୁଁ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ସେହିପରି ପାହାଡିଆ ଅଞ୍ଚଳରେ ଆକଷ୍ମିକ ଭାବେ ପାଣି ଆସି ରାସ୍ତାଘାଟ ବୁଡାଇଦେବାର ଆଶଙ୍କା ରହିଛି । ବିଶେଷକରି କଚା ଘର ଗୁଡିକ କ୍ଷତି ହେବାର ସମ୍ଭାବନା ଅଛି । ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଜଳ ସମ୍ପଦ ଓ ଡ୍ରେନେଜ ବିଭାଗକୁ ସତର୍କ କ ର । ଇ ଦ ି ଅ । ଯ । ଇ ଛି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସେମାନଙ୍କ ଅଧସ୍ତନ କର୍ମଚାରୀ ତହସିଲଦାର, ଭିଡ଼ିଓ ଆଦିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଦୀ ଅଞ୍ଚଳ କିମ୍ବା ଗæô ଗୁଡିକ ଦେଇ ଯାଇଥିବା ବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Nalco
Leave A Reply