ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩ବର୍ଷ ରୁ ଉର୍ଧ୍ଵ ହେଲାଣି ଯୁଦ୍ଧ ଚାଲିଛି, କିନ୍ତୁ ବର୍ତମାନ ଏହି ଯୁଦ୍ଧ ଗୋଟିଏ ନୂଆ ମୋଡ଼ ନେଇଛି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସମ୍ମୁଖରେ ଏଭଳି ସର୍ତ୍ତ ରଖିଛନ୍ତି, ଯାହାକି ୟୁକ୍ରେନ ପାଇଁ ନିଜ କଲିଜା ଦେବା ସଦୃଶ ଅଟେ l ନିୟୁଜ ଏଜେନ୍ସୀ ରାୟଟର୍ସ ଅନୁସାରେ ପୁଟିନ ଯୁଦ୍ଧ ଅଟକାଇବା ପାଇଁ ୟୁକ୍ରେନ ସମୁଖରେ ୩ଟି ସର୍ତ ରଖଛନ୍ତି ଯାହାଦ୍ୱାରା ଯୁଦ୍ଧ ତୁରନ୍ତ ବନ୍ଦ ହୋଇପାରିବ l
କଣ ରହିଛି ଏହି ୩ଟି ସର୍ତ୍ତ –
ସର୍ତ୍ତ ନମ୍ବର ୧ – ୟୁକ୍ରେନ ପୂର୍ବ ଡୋନାବାସ ଅଂଚଳ କୁ ସମ୍ପୂର୍ଣ ଛାଡିଦେଉ
ସର୍ତ୍ତ ନମ୍ବର ୨ – ନାଟୋ ରେ ସାମିଲ ହେବାର ସ୍ବପ୍ନ ଛାଡିଦେଉ
ସର୍ତ୍ତ ନମ୍ବର ୩ – ଅନ୍ୟ ଦେଶରେ ପଶ୍ଚିମ ଦେଶ ଗୁଡିକର ସୈନ୍ୟ ମୁତୟନ କୁ ନେଇ କୌଣସି ପ୍ରଶ୍ନ କରିବନି
ବର୍ତମାନ ରୁଷ କିଛି ନରମ ସ୍ଵଭାଵ ଦେଖାଇଛି, କିନ୍ତୁ ଏହି ସର୍ତ୍ତ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନ୍ସକି ଙ୍କ ପାଇଁ ସହଜ ନୁହେଁ, ବର୍ତମାନ ସାରା ଦୁନିଆ ର ନଜର ରହିଛି ଯେ ବର୍ତମାନ ୟୁକ୍ରେନ କଣ ନିଷ୍ପତି ନେବ, ଗତ ସପ୍ତାହ ରେ ଆମେରିକା ରାଷ୍ଟ୍ରପତି ଏବଂ ପୁଟିନ ଙ୍କ ମଧ୍ୟରେ ଆଲାସ୍କା ରେ ୩ଘଣ୍ଟା ର ଗୋପନୀୟ ବୈଠକ ହୋଇଥିଲା l
ଜେଲେନ୍ସକି କଲିଜା ର ଏଥିରେ କଣ ରହିଛି ଗୁରୁତ୍ୱ –
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ବାରମ୍ବାର କହି ଆସୁଛନ୍ତି ଡୋନାବାସ ଛାଡିବା ଦେଶ ପାଇଁ ଗୋଟିଏ ଅସମ୍ଭବ ନିଷ୍ପତି ଅଟେ, କାହିଁକି ନା ଏହା ରୁଷ ବିରୁଦ୍ଧରେ ଗୋଟିଏ ମଜବୁତ ପାଚେରୀ ଅଟେ, ନାଟୋ ରେ ଶାମିଲ ହେବା ୟୁକ୍ରେନ ର ସମ୍ବିଧାନ ରେ ଦର୍ଜ କରିବା ଲକ୍ଷ ରହିଛି, ଯାହାକୁ ସେ ନିଜର ସୁରକ୍ଷା ର ସବୁଠୁ ଗୁରୁତ୍ୱପୂର୍ଣ ଗ୍ୟାରେଣ୍ଟି ଭାବିଥାଏ l ନିକଟରେ ଜେଲେନ୍ସକି କହିଥିଲେ ଯେ ୟୁକ୍ରେନ ନିଜ ମାଟି ଛାଡିପାରିବ ନାହିଁ, ଏହା ଆମ ଦେଶର ଅସ୍ତିତ୍ବ ଅଟେ, ଏବଂ ମୁଁ ପୁଟିନ ଙ୍କ ସହିତ ସିଧାସଳଖ କଥା ହେବାକୁ ଚାହୁଁଛି ଏବଂ ପୁଟିନ ପୁନର୍ବାର ଯୁଦ୍ଧ ନକରିବାର କଥା ଦେବାକୁ ପଡିବ l
ବିଶେଷଜ୍ଞ ଙ୍କ ମତ ରହିଛି ଯେ ରୁଷ ଯେତେ ନରମ ହେଲେ ମଧ୍ୟ ୟୁକ୍ରେନ ମାନିଲେ ସେଥିରେ ୟୁକ୍ରେନ ର ହିଁ ପରାଜୟ ଅଟେ l ରୁଷ ବର୍ତମାନ ୟୁକ୍ରେନ ର ପଞ୍ଚମ ଅଂଶ ରେ କବ୍ଜା କରିଛି, ଯାହାକି ଆମେରିକାର ଅହିୟା ଭଳି ବଡ଼ ଅଟେ, ବର୍ତମାନ ବିଶ୍ୱର ନଜର ଜେଲେନ୍ସକି ଙ୍କ ଉପରେ ରହିଛି ଏବଂ ସମସ୍ତଙ୍କର ଅପେକ୍ଷା ରହିଛି ଏହାକୁ ଜେଲେନ୍ସକି ମାନୁଛନ୍ତି ନା ନାହିଁ l