ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ରଙ୍ଗତୂଳୀ କଳାକାର ସଂଘ ତରଫରୁ କୋଭିଡ-୧୯ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସଂଘର କଳାକାର ମାନେ ସେମାନଙ୍କର ନିଜସ୍ୱ ଖର୍ଚ୍ଚରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ବିଭିନ୍ନ ଗାଁ ଗାଁ ବୁଲି କାନ୍ଥ, ପାଚେରି , ସାଇନବୋର୍ଡ ଆଦି ମାଧ୍ୟମରେ ସେମାନଙ୍କର ରଙ୍ଗତୂଳୀରେ କରୋନା ସଚେତନତା ସମ୍ଭଦ୍ଧୀୟ , ସମାଜୀକ ଦୂରତା ରକ୍ଷା, ମାକ୍ସ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ସହ ସହି ନିଜେ କିପରି ସୁରକ୍ଷିତ ରହିବେ ସେ ସମ୍ଭଦ୍ଧରେ ବୁଲି ବୁଲି ରଙ୍ଗତୂଳୀ ଦ୍ୱାରା ସଚେତନ କରୁଥିବା ଦେଖିବାକୁ ମିଳିଅଛି ।