ଅସ୍ତରଙ୍ଗ : କୋଭିଡ-୧୯ ନେଇ ପୁରୀ ଜିଲ୍ଲାକୁ ଗ୍ରୀନ ଜୋନ୍ ମିଳିବା ପରେ ଅସ୍ତରଙ୍ଗ ଅଂଚଳରେ ସ୍ୱଭାବିକ ଜୀବନଯାତ୍ରା ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଯାତ୍ରୀବାହି ବସ୍କୁ ଛାଡିଦେଲେ ସରକାରୀଙ୍କ ଆଇନ କାନୁନ ଅନୁଯାଇ ଅନ୍ୟ ଜାନବାହନ ଚଳାଚଳ କରୁଅଛି । ସେହି ପରିପ୍ରେଖିରେ ଅସ୍ତରଙ୍ଗ ବଜାରରେ ଥିବା ହୋଟେଲ , ଜଳଖିଆ ଦୋକାନ ଏହି ପରି କିଛି ଦୋକାନ ବନ୍ଦ ଥିବା ବେଳେ ଅନ୍ୟ ଯେଉଁସବୁ ଦୋକାନ ଖୋଲାଅଛି ତାହା, ସକାଳ ୬ ଘଟିକା ଠାରୁ ଖୋଲି ୧୧ ଘଟିକା ଓ ଅପରାହ୍ନ ୩ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଅଛି । ଅସ୍ତରଙ୍ଗ ତଥା ଓଡିଶାର ସର୍ବପୁରାତନ ଅସ୍ତରଙ୍ଗ ହାଟ ସପ୍ତାହକୁ ୨ ଦିନ ମଙ୍ଗଳବାର ଏବଂ ଶନିବାର ବସୁଥିଲା ।
ହେଲେ କୋଭିଡ-୧୯ ଯୋଗୁଁ ରାଜ୍ୟ ସରାକାରଙ୍କ ନିଦେ୍ର୍ଦଶକ୍ରମେ ତହସିଲଦାର ରାଜଲକ୍ଷ୍ମୀ ନାୟକ ଡାଗବାଜି ଯନ୍ତ୍ର ଲଗାଇ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଅଦ୍ୟାବଧି ହାଟ ବନ୍ଦ କରିବାକୁ ନିଦେ୍ର୍ଦଶ ଜାରି ରଖିଛନ୍ତି । ହେଲେ ଲଗ୍ଡାଉନ କୋହଳ ହେବାପରେ ହାଟ ଚାଳିରେ ସ୍ଥାୟୀ ହାଟ ଚାଲୁଥିବା ଯାଗାରେ ବ୍ୟବସାୟୀ ମାନେ ନବସି ଅସ୍ତରଙ୍ଗ ବଜାର ମୂଖ୍ୟ ରାସ୍ତା କଡରେ ହାଟ ବସାଉଛନ୍ତି ।
ଯେଉଁ ହାଟ ବସୁଅଛି, ସେଠି ମଙ୍ଗଳବାର ଓ ଶନିବାର ଶହ ଶହ ଲୋକ ଜିନିଷ କଣିବିକା କରୁଥିଲେ ମଧ୍ୟ କାହା ମୁହଁରେ ମାକ୍ସ ନଥିବା ବେଳେ କେହିବି ସେ ବ୍ୟବସାୟୀ ହେଉ କି ଗରାଖ ହେଉ ସମାଜିକ ଦୂରତା ରକ୍ଷା କରିପାରୁନାହାନ୍ତି କି ଏମାନଙ୍କୁ ସଚେତନ କରାଇବା କୈାଣସି ସରକାରି କର୍ମଚାରୀଙ୍କର ଉପସ୍ଥିତ ବି ନାହାନ୍ତି । ଏ ବିଷୟରେ ଅସ୍ତରଙ୍ଗ ତହସିଲଦାର ଶ୍ରୀମତୀ ନାୟକଙ୍କୁ ପଚାରିବାରେ ସେ କହିଥିଲେ ଯେ, ସପ୍ତାହିକ ହାଟ ଅସ୍ଥାୟୀ ଭାବେ ଚାଲିବା ପାଇଁ ବ୍ଲକ ନିକଟସ୍ଥ ପଡିଆରେ ହେବାର ଥିଲା । ହେଲେ ବର୍ଷା ଓ ପଡିଆ ଖରାପ ଯୋଗୁଁ ତାହା ଅସମ୍ଭବ ହେବାରୁ ରାସ୍ତା ଉପରେ ବ୍ୟବସାୟୀ ମାନେ ବସିଛନ୍ତି ।
