Odisha news

ସମୟର ମୂଲ୍ୟ ହିଁ ଜୀବନର ମହତ୍ୱ

0

Special story : ଏକ ସରକାରୀ ଦପ୍ରରରେ କିଛି କର୍ମଚାରୀ ରୋଜ ଏକାଧିକ ବାର ଚା ପିଇ ଅଥବା ସେଇ ଆଳରେ ଗପସପ କରି ବହୁ ସମୟ ପଯ୍ୟନ୍ତ ଆଜେବାଜେ ଗୁଡେ କଥାବାର୍ତ୍ତାରେ ସମୟ କଟାନ୍ତି । ତଥାପି ସେମାନଙ୍କୁ ଭାରି ପଡିଥାଏ ସମୟ । ସେପଟେ ସେଇ ଦପ୍ତରରେ ଏଭଳି ବି କର୍ମଚାରୀ ଅଛନ୍ତି ଯେଉଁମାନେ କି ଦିନତମାମ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । କେହି ଅଫିସକୁ ଆସିଲେ ମଧ୍ୟ ସେମାନଙ୍କର ନିଘା ତାଙ୍କ ଉପରେ ନ ଥାଏ । କାର୍ଯ୍ୟ ସେତେବେଳେ ସମ୍ପନ୍ନ ହୁଏ ଆଉ ବାଂଛିତ ଫଳ ମିଳିଥାଏ ଯେତେବେଳେ ନିୟମିତ ରୂପେ ନିଜ କାଯ୍ୟର ବ୍ୟକ୍ତି ବିଶେଷ ସୁରୁଖୁରୁରେ ମନୋନିବେଶ କରେ । ନଚେତ ସବୁ କାର୍ଯ୍ୟ ଅଧୁରା, ଅଧାପନ୍ତରିଆ ହୋଇ ରହିଯାଏ ।

କେବଳ ସିଏ ହିଁ ଧାର୍ଯ୍ୟଲକ୍ଷ ହାସଲ କରିବାରେ ସମର୍ଥ ହୁଏ ଯିଏ କି କାର୍ଯ୍ୟ ଆରମ୍ଭ କରିବା ଆଗରୁ ଦୃଢ ସଙ୍କଳ୍ପ ନେଇଥାଏ ଆଉ ଯଥା ସମୟରେ କାର୍ଯ୍ୟ ଆରମ୍ଭ କରେ । ପ୍ରତିଭା ତାର ଶାଣିତ ହୁଏ ଆଉ ସେ ନିରନ୍ତରେ କାର୍ଯ୍ୟରେ ବ୍ୟସ୍ତ ରହିଥାଏ । କାଳାନ୍ତରରେ କାର୍ଯ୍ୟରତ ରହିବା ତାଙ୍କ ପ୍ରବୃତ୍ତି ହୋଇଯାଏ । କାର୍ଯ୍ୟର ଗୁଣବର୍ତ୍ତା ମଧ୍ୟ ଉଚ୍ଚକୋଟୀର ହୁଏ । ଏଥିପାଇଁ କୁହାଯାଏ- ଯଦି କୌଣସି କାର୍ଯ୍ୟ ଦକ୍ଷତାର ସହିତ ଠିକଣା ସମୟରେ ସମ୍ପନ୍ନ କରାଇବାକୁ ଇଛା ତେବେ ବ୍ୟସ୍ତବ୍ୟକ୍ତିକୁ ସେ କାର୍ଯ୍ୟ ନ୍ୟସ୍ତ କରାଯିବା ଉଚିତ । ହାତ ଉପରେ ହାତ ରଖି କାର୍ଯ୍ୟ ନ୍ୟସ୍ତକଲେ ବ୍ୟକ୍ତି ତାକୁ ଝୁଲାଇରଖେ ।

ଠିକ ସେମିତି ଆମକୁ ମନେରଖିବାକୁ ହେବ ଯେ ,ଖାଲି ବ୍ୟସ୍ତ ରହିଲେ ତାର କିଛି ମାନେ ନ ଥାଏ । କାର୍ଯ୍ୟର ପ୍ରକାର, ଗୁଣ ଓ ଦିଶା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏମିତି ତ ଜନ୍ଦା ପିମ୍ପୁଡି ଦଳ ବ୍ୟସ୍ତ ରୁହନ୍ତି । ବ୍ୟସ୍ତତା ସେଇ ବ୍ୟକ୍ତିର ଫଳବତୀ ହୁଏ ଯିଏ କି ଧାର୍ଯ୍ୟଲକ୍ଷ ଦିଗରେ ନିୟମାନୁସାରେ ଆଗକୁ ବଢିଚାଲେ ।

ମନୁଷ୍ୟ ଏହି ଭ୍ରମରେ ଜିଇଁରହେ ଏଇଥିପାଇଁ ଯେ ତା ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ଭାବେ ଅମୁକ କାର୍ଯ୍ୟ ପୁଣି କେବେ ବି ହୋଇଯିବ । ହେଲେ ସେଇ ସମୟ କେବେ ବି ଆସିନଥାଏ । ଅମୁକ କାମରେ ଆଗାମୀ ମାସର କୌଣସି ଦି୍ନ କରିନେବା ବୋଲି ବୁଝିଲେ ସେଇ କାର୍ଯ୍ୟ କେବେ ବି ସମ୍ପନ୍ନ ହେବନାହିଁ । ସମୟଠାରୁ ମୂଲ୍ୟବାନ ଆଉ କୌଣସି ଚିଜ ଏ ଦୁନିଆରେ ନାହିଁ । ଯିଏ ସମୟର ସୁପରିଚାଳନ ଶିଖିଗଲା ସିଏ ଗଡ ଜିତିଗଲା ବୋଲି ବୁଝିବାକୁ ହେବ । ନିରର୍ଥକ ତଥ୍ୟ ଓ ଅଯଥା କାଯ୍ୟକଳାପ ତାର ଗନ୍ତବ୍ୟପଥରେ ପହଁଚାଇବାରେ ବାଧା ଉପୁଜାନ୍ତି ବୋଲି ବ୍ୟକ୍ତି ବେଶ୍ ଭଲ ଭାବରେ ଜାଣେ । ତେଣୁ ସେ ତହିଁରେ ଫସିନଥାଏ ।

ତଥାପି ସେଇ ମୁହୂ୍ର୍ତ୍ତ ଓ ସମୟ କେବେ ବି ଲେଉଟି ଆସେନା । ଏଇ କଥାକୁ ବିଚାରି କୌଣସି ମୁହୂର୍ତ୍ତକୁ ନଷ୍ଟ କରନ୍ତି ନାହିଁ କର୍ମବୀର । ଶାନ୍ତକୁଂଜର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀରାମ ଶର୍ମା କହିଥିଲେ-ଯାହାଙ୍କ ଜୀବନରେ ପ୍ରେମ ପ୍ରୀତି ରହିଛି ସିଏ ସମୟ ନଷ୍ଟ କରିବା ଅନୁଚିତ । ନିଜର ସମୟ ତକ ଦୈନନ୍ଦିନ କାର୍ଯ୍ୟକଳାପରେ କଟାଇବା ଦ୍ୱାରା ସେଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଯାହାକି ଜୀବନକୁ ଦିଶା ଦିଏ ଓ ସାର୍ଥକ କରାଏ ,ତାକୁ ଉପେକ୍ଷିତ ହୋଇଥାଏ । ବର୍ତ୍ତମାନ ଲକଡାଉନ ବା ତାଲାବନ୍ଦୀ ସମୟ ଅତିରିକ୍ତ ଅବସର ପ୍ରଦାନ କରିଛି ମଣିଷକୁ । ତେବେ ନିଣ୍ଣିତ ଲକ୍ଷ ପ୍ରାପ୍ତି ପାଇଁ ଅବିଳମ୍ବେ ପ୍ରୟାସ କରାଯିବା ନିହାତି ଜରୁରୀ ।

ମେ କଣ ଆଉ କେତେ ଚାହିଁ – ଏକଥା ସୁନିଶ୍ଚିତ କରିବାକୁ ହେବ । ପୁଣି ସେହି ମାର୍ଗରେ ଏକନିଷ୍ଠ ହୋଇ ଲାଗିଯିବା ବାଂଛନୀୟ । କାର୍ଯ୍ୟରତ ବ୍ୟକ୍ତି ବେଶ୍ ଭଲ ଭାବରେ ଜାଣେ ଆଜି ଯାହା ଆମେ କରିବା ତା ଆମର ଉତ୍ତରଦାୟିତ୍ୱ । ଏହି ବିଚାର ତାକୁ ଅକର୍ମଣ୍ୟ ବିକଳଙ୍ଗା କରିବାକୁ ଦେଇନଥାଏ । ମାର୍ଗରେ ମୁଣ୍ଡ ଟେକୁଥିବା ବାଧାବିଘ୍ନ ବା ପ୍ରତିବନ୍ଧକକୁ ତାର ଅନ୍ଦାଜରେ ରହେ । କାଳ ପ୍ରବାହରେ ଏକ ଅପ୍ରିୟ ଅଧ୍ୟାୟର ଖେଳ ସରିଯାଏ ନଥାଏ ବରଂ ତା ହେଜରେ ରହିଥାଏ ।

ସେହିହେତୁ ସେ ବିଶ୍ୱସ୍ତ ହୋଇ ରହେ ଏଇଥିପାଇଁ ଯେ ସେଦିନ ନ ରହିଲେ ଏଇ ଦିନ ବି ରହିବ ନାହିଁ । ଅନ୍ୟପକ୍ଷରେ ଅପରର ନିନ୍ଦା କରିବାକୁ ଫୁରସତ ମିଳେନାହିଁ ବ୍ୟସ୍ତବ୍ୟକ୍ତିକୁ । କେବଳ ନକାରାତ୍ମାକ ଭାବନାକୁ ନେଇ ବଂଚିରହେ ସିଏ । ବ୍ୟସ୍ତତା ମନୁଷ୍ୟ ତନୁ ଓ ମନକୁ ଜଡ ହେବାକୁ ଦିଏନାହିଁ । ବରଂ ତାକୁ ନିରନ୍ତର ପରିଶୁଦ୍ଧ ଓ ବିକଶିତ କରୁଥାଏ । ଖଲିଲ ଜିବ୍ରାନ କହନ୍ତି-ଉପଯୋଗରେ ଆସୁଥିବା ଟିକିଏ ଜ୍ଞାନର ମୂଲ୍ୟ କୌଣସି କାର୍ଯ୍ୟରେ ଲାଗୁଥିବା ଜ୍ଞାନର ଅଗାଧ ଭଣ୍ଡାରରୁ ଅଧିକ । ପ୍ରକୃତ ବ୍ୟସ୍ତତା ଦ୍ୱାରା ଅକର୍ମଣ୍ୟ ବ୍ୟକ୍ତି ସ୍ୱତଃ ଉପଲବ୍ଧ ଆନନ୍ଦରେ ହିଁ ବଂଚିରହେ

Leave A Reply