Odisha news

କାହିଁକି ନିୟମିତ ଭୋଜନ ପରେ କିଛି ସମୟ ଚାଲିବା ଆବଶ୍ୟକ ? କଣ ରହିଛି ଏହା ପଛର ରହସ୍ୟ ଓ ବୈଜ୍ଞାନିକ କାରଣ

0

ଆମ ମାନଙ୍କର ପ୍ରାୟତଃ ଭୋଜନ ପରେ ବିଛଣାରେ ଶୋଇ ପଡିବା ଅଭ୍ୟାସ ରହିଛି l କିନ୍ତୁ ଏହି ଅଭ୍ୟାସ ଠିକ ନୁହେଁ l ଏହା ଆମ ଶରୀର ପାଇଁ ଅନେକ ସମସ୍ୟାର କାରଣ ହୋଇଥାଏ l ବିଶେଷ ଭାବରେ ଖାଇ ସାରିବା ପରେ ପ୍ରତିଦିନ କିଛି ସମୟ ଧରି ଚାଲିବା ଆବଶ୍ୟକ ଯାହା ଆପଣଙ୍କ ଶରୀରକୁ ବିଭିନ୍ନ ଲାଭ ଦେଇଥାଏ l ନଚେତ କିଛିଟା କାର୍ଯ୍ୟ କରିବା ଉଚିତ l

– ରାତି ହୋଇଥାଉ କି ଦିନ ତୁରନ୍ତ ଭୋଜନ ପରେ କଦାପି ଶୋଇବାକୁ ଯିବା ଉଚିତ ନୁହେଁ l କାରଣ ଏହା ଆମ ଶରୀରରେ ସ୍ନାୟୁ ଜନିତ ସମସ୍ୟା କରାଇ ଥାଏ l ଆଗକାଳରେ ବ୍ୟକ୍ତି ବିଭିନ୍ନ ଛୋଟ ଛୋଟ କାର୍ଯ୍ୟଦ୍ୱାରା ନିଜକୁ ବେସ୍ତ ରଖୁଥିବା କରଣାରୁ ସୁସ୍ଥ ରହୁଥିଲେ l

– ଭୋଜନ ପରେ ଚାଲିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l ଏହାଦ୍ୱାରା ମଣିଷ ଚିନ୍ତା ମୁକ୍ତ ରହିଥାଏ l

– ଯଦି ଆପଣ ଖାଇ ସାରିବା ପରେ ନିଜକୁ ଛୋଟ ଛୋଟ କାର୍ଯ୍ୟରେ ବେସ୍ତ ରଖୁଛନ୍ତି ତେବେ ଆପଣଙ୍କ ଶରୀର ଡିଟକ୍ସିଫାଇ ହୋଇଥାଏ l ଏହାଦ୍ୱାରା ଶରୀରରେ ଥିବା ଭିଭିନ୍ନ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ l

– ଖାଇ ସାରିବା ପରେ ଚାଲିବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ l ଏହା ଆପଣଙ୍କ ଡାଇଜେସନ ସିଷ୍ଟମ କୁ ସୁଦୃଢ କରିଥାଏ l

– ଯଦି ଆପଣ ଭୋଜନ ପରେ କିଛିନା କିଛି କାମରେ ବେସ୍ତ ରହୁଛନ୍ତି କିମ୍ବା ଚାଲୁଛନ୍ତି ତେବେ ଶରୀର ଭଲ ହର୍ମୋନ ରିଲିଜ କରି ଶରୀରକୁ ସୁସ୍ଥ ରଖିଥାଏ l

– ଖାଇ ସାରିବା ପରେ ଚାଲିବା ଦ୍ୱାରା ଶରୀରରେ ଇମ୍ୟୁନିଟି ବୁଷ୍ଟ ହୋଇଥାଏ ଓ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି ପାଇଥାଏ l

– ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ଭଲ ନିଦ ହୋଇଥାଏ l କାରଣ ଚାଲିବା ଦ୍ୱାରା ବ୍ଲଡ଼ ଶେର୍କୁଲେସନ ଉନ୍ନତ ହୋଇଥାଏ ଓ ହାର୍ଟ ମଧ୍ୟ ସୁରକ୍ଷିତ ରୁହେ l

– ଯଦି ନିୟମିତ ଆପଣ ଭୋଜନ ପରେ ଚାଲିବା ଅଭ୍ୟାସ ରଖିବେ ତେବେ ଏହା ଓଜନ ହ୍ରାସ କରିଥାଏ , ତା ସହିତ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ହୁଏ ନାହିଁ ଏବଂ ହାର୍ଟ ସୁରକ୍ଷିତ ରୁହେ ଓ ଲିଭର ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ l

Leave A Reply