Odisha news

କୋଭିଡି ନୀୟମ ମାନି ନିରାଡାମ୍ବରରେ ଦଶହରା : ସବୁ ନାହିଁ ନାହିଁ ରେ ଦଶହରା-୨୦୨୦

0

ଭି ଏସ୍ ଏସ୍ ନଗର : ବୀର ସୁରେନ୍ଦ୍ର ସାଏ ନଗରରେ ଚଳିତ ବର୍ଷ ୪୨ ତମ ବର୍ଷ ଭାବେ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଗତ ସୁନିଆଁ ତିଥିରୁ କୁଆଖାଇ ନଦୀରୁ ମାଟି ଅନୁକୁଳ ହେବା ସହିତ ମାଙ୍କ ପ୍ରତିମା ନିର୍ମାଣ ଚାଳିଛି । ଚଳିତ ବର୍ଷ ସବୁ ନାହିଁ ନାହିଁ ରେ ମାଆଙ୍କ ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ଦାନ ସଂଗ୍ରହ ହେବ ନାହିଁ । ଭି ଏସ୍ ଏସ୍ ନଗରର ଦଶହରା କଲୋନୀ ପୂଜା ହୋଇଥିବାରୁ ଏଠାରେ ପ୍ରତିବର୍ଷ ଅଧିକ ସଂଖ୍ୟକ ଭୋଗ ଡାଲା ଆସେ ଓ ଅଧିକ ଗାଡିପୂଜା ହୁଏ ।

ମାତ୍ର ଚଳିତ ବର୍ଷ ପୂଜା ମଣ୍ଡପକୁ ଭକ୍ତମାନଙ୍କୁ ମନା ହୋଇଥିବାରୁ ଭୋଗ ଡାଲା ଆସିବ ନାହିଁ କି ଗାଡି ପୂଜା ହେବ ନାହିଁ । ପ୍ରତିବର୍ଷ ଅଷ୍ଟମୀରେ ଖେଚୁଡି-ଡାଲମା ଓ ଦଶମୀରେ ଦହି ପଖାଳ- ଶାଗ ଭଜା ଭୋଗ ମାଆଙ୍କ ପାଖରେ ହୁଏ ଓ ବହୁ ଭକ୍ତ ଏହି ପ୍ରସାଦ ପାଇବା ପାଇଁ ଅପେକ୍ଷା କରି ଥାଆନ୍ତି । ଚଳିତ ବର୍ଷ ଏହି ଭୋଗ କେବଳ ମାଆଙ୍କ ପାଇଁ ହେବ ଓ ଭକ୍ତଙ୍କ ପାଇଁ ହେବ ନାହିଁ । ପ୍ରତି ବର୍ଷ ନବମୀରେ ଭଜନ ହୁଏ, ଚଳିତ ବର୍ଷ ହେବ ନାହିଁ । ପ୍ରତି ବର୍ଷ ଭଳି ଜରିମେଢ, ତ୍ୱରଣ, ଆଲୋକ ସଜ୍ଜା, ଭଷାଣୀ ଯାତ୍ରା ହେବ ନାହିଁ ।

Leave A Reply