Odisha news

୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶାସନ ସଚିବ ଓ କମିସନର ଥିବା ବିଶାଳ କୁମାର ଦେବଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ

0

ଭୁବନେଶ୍ବର : ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶାସନ ସଚିବ ଓ କମିସନର ଥିବା ବିଶାଳ କୁମାର ଦେବଙ୍କୁ ରାଜ୍ୟ ସରକାର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଦେବ ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ଅଛନ୍ତି।

ପ୍ରକାଶଥାଉକି, ୧୯୮୮ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା ଅଧିକାରୀ ତଥା ବର୍ତ୍ତମାନ୍‌ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଥିବା ମନୋରଞ୍ଜନ ପାଣିଗ୍ରାହୀଙ୍କର ପାଞ୍ଚବର୍ଷିଆ ଡେପୁଟେସନ୍‌ ଅବଧି ଆସନ୍ତା ଅଗଷ୍ଟ ୪ ତାରିଖରେ ସମ୍ପୂର୍ଣ୍ଣ ହେଉଛି। ଡେପୁଟେସନ୍‌ ଅବଧି ସରୁଥିବାରୁ ଶ୍ରୀ ପାଣିଗ୍ରାହୀ ମୂଳ ବିଭାଗକୁ ଫେରିଯିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Nalco
Leave A Reply