Odisha news

ହାପି ବାର୍ଥ ଡେ’ ବୀରୁ

0

ନୂଆଦିଲ୍ଲୀ, ୨୦ା୧୦ (ଏଜେନ୍ସି): ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ପୋରକ ଓପନର ବୀରେନ୍ଦ୍ର ସେହ୍ୱାଗ ୪୨ ବର୍ଷରେ ପଦାର୍ପଣ କରିଛନ୍ତି । ମଙ୍ଗଳବାର ବାର୍ଥ ଡେ’ ବୟ ବୀରୁଙ୍କୁ ସୋସିଆଲ୍‌ ମିଡିଆରେ ଅଜର୍ସ ଶୁଭକାମନା ଜଣାଯାଇଛି । ସଚିନ ତେନ୍ଦୁଲକର ଟ୍ୱିଟର୍‌ରେ ଲେଖିଛନ୍ତି ଯେ, ‘ତୁମ୍‌ ଜିଓ ହଜାରେ ସାଲ୍‌, ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ । ଏଥିସହ ସଚିନ୍‌ ୨୦୧୧ ବିଶ୍ୱକପ୍‌ ସମୟର ଫଟୋକୁ ପୋଷ୍ଟ କରିଛନ୍ତି । ବୀରାଟ କୋହଲି, ଭିଭିଏସ୍‌ ଲକ୍ଷ୍ମଣ ତଥା କ୍ରୀଡ଼ା ଜଗତର ବହୁ ବ୍ୟକ୍ତିତ୍ୱ ସେହ୍ୱାଗଙ୍କୁ ଜନ୍ମଦିନରେ ୱିସ୍‌ କରିଛନ୍ତି । ଟିମ୍‌ ଇଣ୍ଡିଆ ପାଇଁ ୧୦୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ସେହ୍ୱାଗ ୮୫୮୬ ରନ୍‌ କରିଥିଲେ । ଏଥିରେ ୨୩ ଶତକ ଓ ୩୨ଟି ଅର୍ଦ୍ଧଶତକ ରହିଛି । ୧୨ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୀରୁଙ୍କ ବିସ୍ପୋରଣ ସାରା ବିଶ୍ୱବାସୀ ଦେଖିଛନ୍ତି । ୨୦୧୩ ପରଠାରୁ ବୀରୁଙ୍କ ଶୂନ୍ୟତା ଭାରତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିଥିଲା । ମୁଲତାନ୍‌ର ସୁଲତାନ ଭାବେ ପରିଚିତ ବୀରୁ ତ୍ରିଶତକ ହାସଲ କରି ଡନ୍‌ ବ୍ରାଡ୍‌ମ୍ୟାନ୍‌ ଓ ବ୍ରାଏନ୍‌ ଲାରାଙ୍କ କିର୍ତ୍ତୀମାନ କ୍ଲବ୍‌ରେ ସାମିଲ ହୋଇଥିଲେ । ସେ ୨୦୦୮ରେ ଚେନ୍ନାଇରେ ଦକ୍ଷିଣ ଆଫି୍ରକା ବିପକ୍ଷ ମ୍ୟାଚ ୩୦୪ ବଲ୍‌ରୁ ୩୧୯ ରନ୍‌ କରିଥିଲେ । ଏହି ଧମାକାଦାର ଇନିଂସ୍‌ରେ ୪୨ଟି ଚୌକା ଓ ୫ଟି ଛକା ଥିଲା । ସେହିଭଳି ୨୦୦୪ରେ ପାକିସ୍ତାନ ବିପକ୍ଷ ମୁଲତାନ୍‌ ଟେଷ୍ଟରେ ସେ ତ୍ରିଶତକୀୟ ଇନିଂସ୍‌ ଖେଳିଥିଲେ । ଅର୍ଥାତ୍‌ ଦୁଇଥର ବୀରୁ ଏହି କିର୍ତ୍ତୀମାନର ଅଧିକାରୀ ହୋଇଥିଲେ । ସେହିଭଳି ସୁରେଶ ରାଇନା, ହରଭଜନ ସିଂ ପ୍ରମୁଖ ବୀରୁଙ୍କ ସହ ବିତାଇଥିବା ସମୟର ଫଟୋ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply