ଆମେ ସମସ୍ତେ ସହର ର ଜନଗହଳୀ ଠାରୁ ଦୂରରେ ଥିବା ଜନବସତି କୁ ଗାଁ ବୋଲି କହିଥାଉ, ଯାହାର ରହିଥାଏ କିଛିଟା ସ୍ୱତନ୍ତ୍ର ପରିଚୟ ଓ ସ୍ୱତନ୍ତ୍ର ନାମ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କୁହାଯାଏ ଯେ ଏହି ଗାଁ ଟି ପାତାଳ ଲୋକରେ ଅବସ୍ଥିତ ଅଟେ l ଗୋଟିଏ ଗାଁ ର ଗ୍ରାମବାସୀ ମାନେ ବାସ କରୁଛନ୍ତି ଗୋଟିଏ ଗୁମ୍ଫା ମଧ୍ୟରେ l ଏହି ଗାଁ ର ନାମ ହେଉଛି ଝୋଂଗଡୋଙ୍ଗ ଅଟେ, ଯାହାକି ଭାରତର ପଡୋଶୀ ଦେଶ ଚୀନ ର ଗୁଇଝୋଉ ଅଂଚଳ ରେ ଅବସ୍ଥିତ l ଏହି ଗାଁ ଟି ଗୋଟିଏ ପାହାଡି ଗୁମ୍ଫା ରେ ଅବସ୍ଥିତ ଅଟେ, ଯେଉଁଠାରେ ଶହଶହ ଲୋକ ବାସ କରନ୍ତି l ଏହି ଗାଁ ରେ ଅନେକ ସୁବିଧା ରହିଥିଲେ ସୁଧା ଅନେକ ପ୍ରାଥମିକ ସୁବିଧାର ଅଭାବ ରହିଛି l
ଏହି ଗ୍ରାମ ର ଲୋକ ଙ୍କୁ ବଜାର ଯିବା ପାଇଁ ୧୫ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ରେ ଚାଲି ଯିବାକୁ ପଡିଥାଏ l ଗାଁ ର ପିଲା ମାନଙ୍କ ପାଇଁ ଏହି ଗୁମ୍ଫା ମଧ୍ୟରେ ରହିଛି ସ୍କୁଲ l କେବଳ ଏତିକି ନୁହେଁ ଖେଳିବା ପାଇଁ ବାଁସ୍କେଟବଲ କୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି l କୁହାଯାଏ ଯେ ଏହି ବିଶାଳ ଗୁମ୍ଫା ସମୁଦ୍ର ଭୂତଳ ରୁ ୧୮୦୦ ମିଟର ସୁଉଚ୍ଚ ରେ ଅବସ୍ଥିତ ଅଟେ l ଯେତେବେଳେ ଏହି ଗାଁ ଟି ଚର୍ଚାରେ ଆସିଥିଲା, ସେତେବେଳେ ସରକାର ଏହି ଗାଁ ର ବିକାଶ ପାଇଁ ଧ୍ୟାନ ଦେଇଥିଲେ ଓ ବିକାଶ କରିବାକୁ ଚେଷ୍ଟା କରିଥିଲେ l
୨୦୦୮ ରେ ଏଠାରେ ଥିବା ସ୍କୁଲ କୁ ଚୀନ ସରକାର ଏହା କହି ବନ୍ଦ କରିଦେଇ ଥିଲେ ଯେ ଗୁମ୍ଫା ମଧ୍ୟରେ ରହିବ ଚୀନ ସଭ୍ୟତା ରେ ଯାଏନି l ବର୍ତମାନ ଏହି ସ୍କୁଲ ର ପିଲାମାନେ ଯାଉଛନ୍ତି ଅନ୍ୟ ସ୍କୁଲ କୁ ଓ ପ୍ରତିଦିନ ୨ଘଣ୍ଟା ପାଠ ପଢି ଥାଆନ୍ତି l ପୂର୍ବରୁ ଏହି ଗାଁ ରେ ନ ଢଙ୍ଗ ର ରାସ୍ତା ଥିଲା ନା ମନୋରଞ୍ଜନ ପାଇଁ କୌଣସି ମାଧ୍ୟମ ଥିଲା l