Odisha news

ଏକାଧିକ ମୃତବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ହଡ଼ପ , ଭିଜିଲାନସ୍ ତଦନ୍ତ ଦାବୀ

0

ତାଳଚେର  : ତାଳଚେର ମୃତ ବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ ଉଠାଣକୁ ନେଇ କଣିହାଁ ଯୋଗାଣ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ, କଣିହାଁ ବ୍ଲକ ଗଣ୍ଡମାଳ ପଂଚାୟତର ସୁଲେଇପାଳ ସିଦ୍ଧି ବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଗତ ଏକ ବର୍ଷ ଧରି ଗ୍ରାମର କେତେକ ମୃତ ବ୍ୟକ୍ତିଙ୍କ ନାମରେ ରାସନ ସାମଗ୍ରୀ  ଉଠାଣ କରି ହଡପ କରିଛନ୍ତି । ସେମାନେ ହେଲେ ଯଥା-ସର ସାହୁ (କାର୍ଡ ନଂ-୦୧୦୫୧୧୧୦୬୭୪), ଚନ୍ଦ୍ରମଣି ବେହେରା (କାର୍ଡ ନଂ-୦୧୦୧୫୧୧୧୯୭୧), ଉମା ଗୋଛାୟତ (କାର୍ଡ ନଂ-୦୧୦୧୫୧୧୧୦୮୮),  ମୂରଲୀ ଗୋଛାୟତ (କାର୍ଡ ନଂ-୦୧୦୫୧୧୧୦୪୭୦) ଅଟନ୍ତି । ସେମାନଙ୍କ ମଧ୍ୟରୁ ସର ସାହୁ ଗତ ତା୧୮/୦୭/୨୦୧୯ ରିଖରେ ମୃତୁ୍ୟ ବରଣ କରିଥିବାବେଳେ ଚନ୍ଦ୍ର ମଣି ବେହେରା ଗତ ତା୨୦/୧୧/୨୦୧୯ ରିଖରେ ମୃତୁ୍ୟ ବରଣ କରିଛନ୍ତି ।

ସେହିପରି ଉମା ଗୋଛାୟତ ଗତ ତା୨୦/୦୮/୨୦୧୯ ରିଖରେ ମୃତୁ୍ୟ ହୋଇଥିବା ବେଳେ ମୂରଲୀ ଗୋଛାୟତ ଗତ ତା୧୪/୦୫/୨୦୧୯ ରିଖରେ ମୃତୁ୍ୟ ବରଣ କରିସାରିଛନ୍ତି । କରୋନା ସମୟରେ ଏମାନଙ୍କ ନାମରେ ୧୦ କ୍ୱିଂଟାଲ୍ ରୁ ଉଦ୍ଧ୍ୱର୍ ଚାଉଳ, ୧୨ କିଲୋ ଡାଲି ଏବଂ ୧୦୦ ଲିଟର କିରୋସିନି ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ କଣିହାଁ ଯୋଗାଣ ନିରିକ୍ଷକ ଆତ୍ମସାତ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାୟକ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଭିଜିଲାନସ୍ ତଦନ୍ତ କରିବା ପାଇଁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ବିଜେପି ନେତା ଅଶୋକ ମହାନ୍ତି, ଗ୍ରାମର ସୌଭାଗ୍ୟ ରାଉତ, ଆଇନ୍ଜୀବୀ ବିନୟ ନନ୍ଦ, ଆଇନ୍ଜୀବୀ ଦୟା ସାଗର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply