କୁଆଖିଆ : ରସୁଲପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପୂର୍ବାହ୍ନରେ ରସୁଲପୁର ବ୍ଲକ ବିଡିଓ ଙ୍କୁ ରାସନ ସାମଗ୍ରି ସମସ୍ୟା ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାର୍ଚ୍ଚ ୨୦ତାରିଖରୁ କୋଭିଡ କରୋନା ସମସ୍ୟା ଲାଗି ରହିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ହିତା ଧୀକାରିଙ୍କ ଡାଲି ଏଯାଏ ମିଳି ନାହିଁ ରାସନ କାର୍ଡ ଥାଇ ମଧ୍ୟ କିଛି ଲୋକେ ରାସନ ରୁ ବଂଚିତ ହୋଇଛନ୍ତି ଅନ୍ୟ କିଛି ଲୋକେ ଯେଉମାନେ କାର୍ଡ ପାଇ ନାହାନ୍ତି ସେମାନଙ୍କୁ ରାସନ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ସେମାନେ ଏଯାଏ ତାଙ୍କରେ ସାମଗ୍ରି ପାଇ ନାହାନ୍ତି ।
ଏହା ଛଡା ପ୍ରବାସି ଓଡିଆଙ୍କୁ ରିଲିଫ ଦେବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ରସୁଲପୁର ବ୍ଲକର ୨୮ ପଂଚାୟତରେ କିଛି ଲୋକ ଏଯାଏ ରାସନ ରିଲିଫ ପାଇ ନାହାନ୍ତି । ରସୁଲପୁର ବ୍ଲକରେ ଗରିବଙ୍କୁ ନ୍ୟାୟ ମିଳୁ ନାହିଁ,ରାସନ କାର୍ଡଠାରୁ ଆରମ୍ଭ କରି ଉନ୍ନୟନ କାମ ଯାଏଁ ସବୁଥିରେ ହରିଲୁଟ ହେଉଥିବା ବିଜେପି କର୍ମକର୍ତା ମାନେ ପ୍ରକାଶ କରିଥିଲେ । ୩୩ ନଂ ସଭାପତି ମାୟଧର ପଳେଇ ଙ୍କ ନେତୃତରେ ରାଜ୍ୟପାଳ ଓ ମୁଖ୍ୟମଂତ୍ରୀ ଉଦେ୍ଦଶ୍ୟରେ ବିଡିଓ ଉମାକାନ୍ତ ପରିଡାଙ୍କ ଜରିଆରେ ଦଳ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ,ଜିଲ୍ଲା ପରିଷଦ ସଭ୍ୟ ଚର୍ତୁଭୁଜ ଦ୍ୱିବେଦୀ ୩୫ ନଂ ଜୋନ ସଭାପତି ଦେବକାନ୍ତ ନାୟକ ସରପଂଚ ଚିନ୍ତାମଣୀ ସୁର, ବରିଷ୍ଠ ନେତା ମୁକୁନ୍ଦ ଦେବ ମହାନ୍ତି, ପୂର୍ବତନ ସରପଂଚ ଶଶୀଭୁଷଣ ଦାସ ରାମଚନ୍ଦ୍ର ଦାସ,ଚୈତନ୍ୟ ନାୟକ,ରମେଶ ସ୍ୱାଇଁ,ବଟକୃଷ୍ଣ ସାହୁ,ଭରତ ଦାସ,ନିର୍ମଳ ଦାସ,ଅଶୋକ ମହାନ୍ତି,ଲକ୍ଷ୍ମଣ ସାହୁ,ଓ ବହୁ ବିଜେପି କର୍ମି ଯୋଗ ଦେଇ ବିଡିଓଙ୍କୁ ଦାବି ପତ୍ର ଦେଇ ଥିଲେ