Odisha news

ମୁଁ କରୋନା ଯୋଦ୍ଧା ହେବି!

0

ହିମାଂଶୁ ଶେଖର  ଆଚାର୍ଯ୍ୟ : ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬,୨୭,୩୩୧ ଥିବା ବେଳେ ମୃତକଙ୍କ ସଂଖ୍ୟା ୩,୮୯,୨୫୧ ରେ ପହଞ୍ଚିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୭,୦୦୯ ଓ ମୃତକଙ୍କ ସଂଖ୍ୟା ୬,୦୭୫ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୭୮ ଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ରହିଛି ।ତଥାପି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆମ ପାଇଁ ଆଶ୍ୱାସନାର ବିଷୟ ଏତିକି ଯେ, ଅନ୍ୟାନ୍ୟ ବିକଶିତ ଦେଶ ତୁଳନାରେ ଆମ ଦେଶ ବିଶେଷକରି ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା କମ୍ ରହିଛି  । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଶଂସାର ପାତ୍ର । କରୋନା ସିଧାସଳଖ ଭାବେ  ମଣିଷ ଜୀବନ ସହିତ  ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ଅଦ୍ୟାବଧି କୋଭିଡ୍-୧୯ ପାଇଁ କୈାଣସି ଟୀକା ବା ଔଷଧ ବାହାରି ପାରିନଥିବାରୁ ସରକାର ଲକ୍ଡଉନ୍ ଓ ସଟ୍ଡାଉନ୍ ପକ୍ରିୟା ଜାରି ରଖିଥିଲେ  । ଏଥି ସହିତ ସାମାଜିକ ଦୂରତା, ସଙ୍ଗରୋଧ ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଉଛି ।

ଏହି ରୋଗର ସଫଳ ମୁକାବିଲା ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଆଶାକର୍ମୀ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଛନ୍ତି ।ପ୍ରକୃତରେ ସେମାନଙ୍କୁ ଯେତେ ପ୍ରଶଂସା କଲେବି କମ୍ ହେବ ।ସେମାନେ ହିଁ ଯଥାର୍ଥରେ କରୋନା ଯୋଦ୍ଧା । ଇତି ମଧ୍ୟରେ ପ୍ରଥମଥର ଲାଗି ଆମ ରାଜ୍ୟରେ  କରୋନା ରୋଗୀ ଚିକିସôା କରୁଥିବା ଜଣେ ଡାକ୍ତର ସଂକ୍ରମିତ ହୋଇଛନ୍ତି ।ଏଥି ସହିତ ତାଙ୍କୁ ସାହାଯ୍ୟ କରୁଥିବା ଆଉ ଜଣେ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ଏଥି ସହିତ ନୟାଗଡର ଜଣେ ନର୍ସ ଙ୍କ ପଜିଟିଭ୍ ଆସିଥିବା ଜଣାପଡିଛି । ଖାଲି ସେତିକି ନୁହେଁ ସରକାରୀ ପ୍ରଶାସନ, ପୋଲିସ ପ୍ରଶାସନ, ଗୃହରକ୍ଷୀ, ଦମକଳ କର୍ମଚାରୀ,ଅଗ୍ନିଶମ କର୍ମଚାରୀ,  ସରପଞ୍ଚ, ଗ୍ରାମପଞ୍ଚାୟତ କର୍ମଚାରୀ, ଶିକ୍ଷକ ଓ ବିଭିନ୍ନ ସେସ୍ଥ୍ୟାସେବୀ ସଂଗଠନ  ଓ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା ଭାବେ  କରୋନା ରାକ୍ଷସର ମୁକାବିଲା କରୁଛନ୍ତି । ଏହି କରୋନା ଯୋଦ୍ଧାକୁ ଉସôାହିତ କରିବା ପାଇଁ ଓ ଏହି ରୋଗକୁ ହରାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ମଇ ୩୦ ତରିଖ ଶନିବାର ସନ୍ଧ୍ୟା ୫.୩୦ ମିନିଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନେ୍ଦ ଉକôଳ ଜନନୀ’ ଗାନ କରିବା ପାଇଁ ନିବେଦନ କରିଥିଲେ । ଓଡିଶା ଓ ଓଡିଶା ବାହାରେ ଯିଏ ଯେଉଁଠି ଥିଲେ ନିର୍ଦ୍ଧାରିତ ସମୟରେ ବନେ୍ଦଉକôଳ ଜନନୀ ଗାଇ ଆମ ଅସ୍ମିତାକୁ ବଳିଷ୍ଟ କରିବା ସହ ଆମ ଭିତରେ ଏକାତା ଓ ସଞ୍ଜମତାକୁ ପ୍ରମାଣିତ କରିଛନ୍ତି ।

କରୋନା ଲଢେଇ ହେଉଛି ଏକ ଲମ୍ବା ଲଢେଇ । ଏଯାଏ କରୋନା ଟୀକା ବା ଔଷଧ ଆସିନାହିଁ । ଆଗକୁ ମୈାସୁମୀ ଆସୁଛି । ଥଣ୍ଡା,ଜ୍ୱର, କାଶ ବଢିବ । କରୋନା ଯୁଦ୍ଧରେ ଜୁନ୍ ମାସ ହେଉଛି ନିର୍ଣ୍ଣାୟକ  । ତେଣୁ ଆମକୁ ଅଧିକ ସର୍ତ୍ତକ ଓ ସାବଧାନ ହେବାକୁ ପଡିବ ।ଏହି ମର୍ମରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଦୁଇ ମାସରୁ ଅଧିକ ସମୟ ଆମେ ଲକ୍ଡାଉନରେ ରହିଛେ ।ସମସ୍ତେ ଯେଉଁ ତ୍ୟାଗ କରିଛନ୍ତି ତାର ସୁଫଳ ଆମକୁ ମିଳିଛି । ଏହାକୁ ଆମେ ଆଦୈ÷ା ବିଫଳ ହେବାକୁ ଦେବାନି ।  ଏଥିପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚଟି ମନ୍ତ୍ର ମାନିବାକୁ କହିଛନ୍ତି ।୧- ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁନାହିଁ, ୨-ବାହାରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ, ୩-ହାଟ , ବଜାର ଅଫିସ, ଟ୍ରାଫିକ୍ ସବୁଠି ସାମାଜିକ ଦୂରତା ରକ୍ଷାକରନ୍ତୁ, ୪-ଘରକୁ ଫେରିବା ପରେ ଭଲଭାବେ ସାବୁନ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ, ୫-୬୫ବର୍ଷରୁ ଅଧିକ ବୟସ୍କ, ଗୁରୁତର ଭାବରେ ପୀଡିତ ବ୍ୟକ୍ତି, ଗର୍ଭବତୀ ଓ ଦଶ ବର୍ଷରୁ କମ୍ ପିଲାମାନଙ୍କୁ ବାହାରକୁ ଛାଡନ୍ତୁନାହିଁ  ।  ଏବେ ଲକ୍ଡାଉନ୍  କୋହଳ କରାଯାଇଥିଲେ ମଧ୍ୟ କରୋନା ଭୂତାଣୁ ଚାଲିଯାଇନାହିଁ ବୋଲି ଆଇସିଏମ୍ଆରର ମୁଖ୍ୟା ବୈଜ୍ଞାନିକ ଡକ୍ଟର ରମଣ କହିଛନ୍ତି ।ଏସବୁ ସତ୍ତ୍ୱେ କିଛି ଅମାନିଆ ବ୍ୟକ୍ତି ଏସବୁ ଉପଦେଶକୁ ଗ୍ରହଣ କରୁନାହାନ୍ତି ଓ ଏପରିକି ମାସ୍କ ନପିନ୍ଧି ଜୋରିମାନା ଦେବାର ଘଟଣା ଦେଖିବାକୁ ମିଳୁଛିି ।ଆମକୁ ମନେ ରଖିବାକୁ ହେବଯେ ଜୀବନ ଆଗ, ଆଉସବୁ ପଛ ।

ଏହି ବିପଦ ସମୟରେ ସରକାରଙ୍କଠୁ ଆରମ୍ଭକରି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ବଦାନ୍ୟତାର ହାତ ବଢାଇଛନ୍ତି । ସେଥିପାଇଁ ସେମାନେ ପ୍ରଶଂସାର ପାତ୍ର । ମାତ୍ର ଏବେ କେତେକ ସ୍ଥଳରେ କତିପୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏହି ବଦନ୍ୟତା ଦେଖେଇବା ପଛରେ ନିଜକୁ  ବିଜ୍ଞାପିତ କରିବାର ମାନସିକତା ରଖିବା ଶୋଭନୀୟ ନୁହେଁ । ଆଗେ ଫୋଟୋଉଠା, ତାପରେ ଦାନ  । ପୁଣି ଦାନ କରିବା ପଛରେ ରହିଛି ସମ୍ବର୍ଦ୍ଧନାର ମୋହ ସରକାରୀ ସ୍ତରରେ ହେଉ ବା ବେସରକାରୀ ସ୍ତରରେ ହେଉ  । ବିଶେଷକରି ମହାମାରୀ କରୋନା ସମୟରେ ଯୁଦ୍ଧ ରତ ଯୋଦ୍ଧାଙ୍କୁ ଯୁଦ୍ଧ କ୍ଷେତ୍ରରୁ ଆଣି ସମ୍ବର୍ଦ୍ଧନା ଦେବା ଆତ୍ମପ୍ରଚାର ଛଡା କଣ ବା ହୋଇପାରେ? ଯୁଦ୍ଧ ସରିନି, ଶତ୍ରୁ ସେନା କାୟା ବିସ୍ତାର କରି ଚାଲିଛି ।  ଏ ସମୟରେ ସମ୍ବର୍ଦ୍ଧନା ଦେବା ଓ ନେବା କେତେ ଯୁକ୍ତି ଯୁକ୍ତ ତାହା ବିଚାର କରିବାର ଅଛି । ପ୍ରକୃତରେ କରୋନା ଯୋଦ୍ଧା ଆମ ଭିତରେ  କିଏ ତାହା ଆମ  ଭିତରେ ଥିବା ବେଲାଳସେନମାନେ ହିଁ କହିପାରିବେ  ।

ମହାଭାରତରେ ବେଲାଳସେନ ଚରିତ୍ର ନିଆରା । ୧୮ଦିନ ମହାଭାରତ ଯୁଦ୍ଧ ସମୟରେ ଖୁଣ୍ଟଉପରେ ତାଙ୍କ କଟାମୁଣ୍ଡ ରହିଥିଲା  । ମହାଭାରତ ଯୁଦ୍ଧପରେ ପାଣ୍ଡବମାନେ ଖୁସି ମନାଉଥିଲେ ଓ ନିଜେ ନିଜର  ପ୍ରଶଂସା ବଖାଣୁଥିଲେ । କିଏ କଏ କେତେ ମାରିଛି ବା ଏହି ଯୁଦ୍ଧରେ କାହାର ଅବଦାନ କେତେ ସେହି ପ୍ରସଙ୍ଗ ଉଠାଇ ନିଜର ଆତ୍ମପ୍ରଚାରରେ ବ୍ୟସ୍ତଥିଲେ  । ଏହି ସମୟରେ ବାସୁଦେବ ଶ୍ରୀକୃଷ୍ଣ ସେଠାରେ ପହଞ୍ଚିଥିଲେ  । ପାଣ୍ଡବମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ କହିଥିଲେ  । ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ ମୁଁ ତ ଯୁଦ୍ଧରେ ଅସ୍ତ୍ରଧରିବି ନାହିଁ ବୋଲି କହିଥିଲି ଓ ଯୁଦ୍ଧ ସମୟରେ ମୋର ସାରଥି ଭୁମିକା ଥିଲା ତେଣୁ ମୋପାଖରେ ଏହି ପ୍ରଶ୍ନର ଉତ୍ତରନାହିଁ  ।ଏହି ପ୍ରଶ୍ନର ଉତ୍ତର କେବଳ ସେହିଁ ଦେଇପାରିବେ । ୧୮ ଦିନର ଯୁଦ୍ଧ ସେ ସବୁ ଦେଖିଛନ୍ତି  । ଚାଲ ସମସ୍ତେ ବେଲାଳସେନଙ୍କ ପାଖକୁ ଯିବା ।  ବେଲାଳସେନଙ୍କ ପାଖରେ ପହଞ୍ଚି ପାଣ୍ଡବ ମାନେ ଏହି ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ ।ଉତ୍ତରରେ ବେଲାଳସେନ କହିଥିଲେ ଏହି ଯୁଦ୍ଧରେ କାହାର କିଛି ଭୂମିକା ନଥିଲା । ମୁଁ ଦେଖୁଥିଲି ଗୋଟିଏ ଚକ୍ରହିଁ ସବୁ କିଛି କରୁଥିଲା । ଏତିକି ଶୁଣି ପାଣ୍ଡବମାନେ ଚୁପ୍ ହେଇଗଲେ । ଶ୍ରୀକୃଷ୍ଣ ହସୁଥିଲେ ସେ ହସରେ ଥିଲା ଅନେକ ରହସ୍ୟ । ତେଣୁ ଏଠି ବେଲାଳସେନ କିଏ ସେ କଥା ଚିନ୍ତା କରିବାର ଅଛି  । ମୋ ମତରେ ସେମାନେ ହେଉଛନ୍ତି ଜନତା ଜନାର୍ଦ୍ଦନ ।

ଏବଏ କିନ୍ତୁ ଆମ ଚିନ୍ତା ଚେତନାରେ ଆସିଛି ଅନେକ ପରିବର୍ତ୍ତନ  । ଦେବା ନେବାର ଦୁନିଆରେ ପ୍ରସାର ଓ ପ୍ରଚାର ମୁଖ୍ୟ ପ୍ରସଙ୍ଗ ହୋଇଛି । ଯିଏ ପ୍ରସାର ପ୍ରଚାରରେ ଆଗେଇ ପାରିଲା ସିଏ ସେତେ ବାହାବାଃ ନେଇପାରିଲା । ଏହି ସାମାଜିକ ସଂକଟ ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ  ସାହାଯ୍ୟ, ସହଯୋଗ ଓ ବଦାନ୍ୟତାର ହାତ ବଢାଇଛନ୍ତି ସେମାନେ ସମସ୍ତେ ଧନ୍ୟବାଦ ପାଇବାର ହକ୍ଦାର ।  ଅନ୍ୟପଟେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶସ୍ତା ଲୋକପ୍ରିୟତା ହାସଲ ପାଇଁ  ସାହାଯ୍ୟ ଓ ସହଯୋଗର ମଧ୍ୟ ହାତ ବଢାଇଛନ୍ତି  ।ଏଭଳି କାଯ୍ୟ ଗ୍ରହଣୀୟ ନୁହେଁ  । ନିକଟରେ କିଲେ ଆଳୁକୁ ପାଞ୍ଚଜଣ ଦାନକରି ଫଟୋ  ଉଠାଇ ତାକୁ ସୋସିଆଲ ମିଡିଆ ବା ଗଣମାଧ୍ୟମରେ ପ୍ରଚାର କରିବା ଏହାର ଗୋଟିଏ ନଗ୍ନ ଉଦାହରଣ  । ସେମିତି କିଛି ରେସନ ସାମଗ୍ରୀ ,ମାସ୍କ ବା କିଛି ଆର୍ଥିକ ସହାଯ୍ୟ ଯୋଗାଇ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ସହିତ ବାହାବାଃ  ସାଉଁଟିବା ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ  ।

ଏଭଳି ଘଟଣା ଗରିବଙ୍କ ପ୍ରତି ଉପହାସ ନୁହେଁକି?  । ତାନହେଲେ ସମାଜ ସେବା ନକରି ସମାଜସେବୀ , ଗଛଟିଏ ନ ଲଗାଇ ପ୍ରକୃତି ବନ୍ଧୁ ପୁରସ୍କାର  ସୁଜନଶୀଳତା ନଥାଇ କବି କବୟତ୍ରୀ ଓ ସର୍ବୋପରି କୃତିତ୍ୱ ନଥାଇ  କୃତିଶିକ୍ଷକର ମାନ୍ୟତା ଗ୍ରହଣ କରିବାର ସମ୍ଭାବନା ଅଧିକ । ଏହା ଏକ ସୁସ୍ଥ ସୁନ୍ଦର ସମାଜ ପ୍ରତି ଶୁଭଙ୍କର ନୁହେଁ   ।  କିନ୍ତୁ ସମ୍ବର୍ଦ୍ଧନାର ମୋହ ଆମକୁ ଏମିତି ଘାରିଛି ଯେ, ‘ମୋ ରାଣ ମୋତେ ଭଲପାଅ’ ନ୍ୟାୟରେ ଆମେ ଏସବୁ କରୁଛେ ।  ଏଇଠି ମନେପଡେ ମହାରାଜା ଇନ୍ଦ୍ରଦୁ୍ୟମ୍ନଙ୍କ କଥା ।

ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଯେତେବେଳେ ସୃଷ୍ଠି କର୍ତ୍ତା ବ୍ରହ୍ମା ଇନ୍ଦ୍ରଦୁ୍ୟମ୍ନଙ୍କୁ ବର ମାଗିବାକୁ କହିଲେ ସେତେବେଳେ ଉତ୍ତରରେ ସେ ଯାହା କହିଲେ ତାହା ହେଉଛି-‘ଏ ମନ୍ଦିର ମୋ ବାପା ବା ଜେଜେବାପା କରିଥିଲେ ବୋଲି ମୋ ବଂଶରେ କେହି ନରୁହନ୍ତୁ’ । ସେହିପରି ସନ୍ଥ ମଦର ଟେରେସାଙ୍କୁ ନୋବେଲ ପୁରସ୍କାର ମିଳିସାରିବା ପରେ ପ୍ରତିକ୍ରିୟାରେ ସେ ଯାହା କହିଥିଲେ- ‘ଦୁସ୍ଥ,ନିଷ୍ପେସିତ ଓ ଅବହେଳିତ ଜନତାର ସେବା ଲାଗି  ଈଶ୍ୱରଙ୍କ ଏହି ଦାନ ଲାଗି ତାଙ୍କର ଜୟ ହେଉ’  ।ସେହିପରି ରାମାୟଣ , ମହାଭାରତ ଓ ପୁରାଣ ପୃଷ୍ଠାରେ ଦାନୀ କର୍ଣ୍ଣ, ଦାନବୀର ହରିଶ୍ଚନ୍ଦ୍ର ଓ ମହର୍ଷି ଦଧୀଚିଙ୍କ ଅମର ଗାଥା ଏବେବି ଆମ ପାଇଁ ମାର୍ଗଦର୍ଶିକା ହୋଇରହିଛି ।ସେହିପରି ବନ୍ୟାଦୁର୍ଗତଙ୍କ ସେବାପାଇଁ ଉକôଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ ଅଦ୍ୟାବଧି  ଆମପାଇଁ ଉଦାହରଣ ହୋଇରହିଛି ।

ବଦାନ୍ୟତା ଦେଖାଇବାର  ଭାବ ନିଆରା ।କିନ୍ତୁ ସମୟ ବଦଳିବା ସହିତ ପ୍ରଚାର ଓ ପ୍ରସାର ସର୍ବସ୍ୱ ମାନସିକତା ଭିତରେ ଲୁଚିଯାଉଛି ସୁସ୍ଥ ମାନସିକତା ଓ  ନୈସର୍ଗିକ ଭାବନା । ଏପରି ହୀନମନ୍ୟତରୁ ଆମେ କେବେ ମୁକୁଳିବା କେଜାଣି? ସେ ସୁଦିନକୁ ଅପେକ୍ଷା!

Har Ghar Tiranga

Leave A Reply