Odisha news

ଲଘୁ ଖଣିଜ ଚୋରା ଚାଲାଣ , ତିନି ଗାଡି ଜବତ

0

ଉଦୟଗିରି : ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ଅଭିଯୋଗରେ ତିନି ଗାଡିକୁ ବାଲିଚନ୍ଦ୍ରପୁର ପୋଲିସ ଜବତ କରିଛି । ମିଳିଥିବା ସୂଚନା ମୁତାବକ ଆଜି ପୋଲିସ ପାଟୋ୍ରଲିଙ୍ଗ ସମୟରେ ଏହି ଥାନା ଅନ୍ତର୍ଗତ ଖଡକପୁର ନିକଟରେ ବେଆଇନ ଭାବେ କଳାପଥର ପରିବହନ କରୁଥିବା ଏକ ଟ୍ରକ (ଓଆର୧୪ଏଲ୨୦୭୨)କୁ ପୋଲିସ ଜବତ କରିଥିଲା । ସେହିପରି କଳାଶ୍ରୀ ଗ୍ରାମ ନିକଟରେ ବିରୂପା ନନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପରିବହନ କରିଥିବା ଦୁଇଟି ଟ୍ରାକ୍ଟର (ଓଡି୦୪ ଏମ୍-୩୧୧୭, ଓଡି୨୯ଡି୩୬୧୦)କୁ ମଧ୍ୟ ପୋଲିସ ଜବତ କରିଥିଲା । ଜବତ ସମୟରେ ଲଘୁ ଖଣିଜ ପରିବହନ ପାଇଁ ଉପରୋକ୍ତ ଗାଡି ଗୁଡିକ କୌଣସି ପ୍ରମାଣ ପତ୍ର ଦେଖାଇ ପାରିନଥିଲେ । ପୋଲିସ ଗାଡି ଗୁଡିକ ଜବତ କରି ଦର୍ପଣ ତହସିଲ ଜିମା ଦେଇଛି ।

Leave A Reply