Odisha news

ବାହାର ରାଜ୍ୟରୁ ଧର୍ମଶାଳାକୁ ଫେରିଲେ ୧୨୬ ପ୍ରବାସୀ ଓଡିଆ

0

ଧର୍ମଶାଳା :: କରୋନା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟରେ ଲକଡାଉନ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନେ ନିଜ ଗାଁକୁ ଫେରୁଛନ୍ତି । । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଗତକାଲି ସୁଧା ୯୫ ଜଣ ପ୍ରବାସୀ ଓଡିଆ ଫେରିଥିବା ବେଳେ ଆଜି ଧର୍ମଶାଳା ବ୍ଲକର ୩୧ଜଣ ପ୍ରବାସୀ ଓଡିଆ ଫେରିଥିବା ଜଣାପଡିଛି । ଫଳରେ ଧର୍ମଶାଳା ବ୍ଲକୁ ଆଜି ସୁଧା ମୋଟ ସଂଖ୍ୟା ୧୨୬ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜି ଏହି ବ୍ଲକ ଅନ୍ତର୍ଗଗତ ଅରାବଳ ପଞ୍ଚାୟତକୁ ୧୯ଜଣ ତାମିଲନାଡୁରୁ,ହରିଦାସପୁରରୁ ଜଣେ ତାମିଲ ନାଡୁ,ଅଞିରା ଜଣେ ଛତିଶଗଡ,କଦମପାଳ ୨ ତାମିଲନାଡୁ,କୋତପୁର ଜଣେ ସୁରତ,ମିର୍ଜାପୁର ଜ୨ଜଣ ଜଣେ ମହାରାଷ୍ଟ୍ର ଏବଂ ଅନୃଜଣେ ପଶ୍ଚିମବଙ୍ଗ,ନେଉଳପୁରକୁ ତେଙ୍ଗୋନାରୁ ଜଣେ,ବିଜୟୱାଡାରୁ ଜଣେ ଓ ହାଇଦ୍ରାବଦରୁ ୨ଜଣ ମୋଟ ୩୧ଜଣ ପ୍ରବାସୀ ଓଡିଆ ପହଞ୍ଚିଛନ୍ତ୍ି । ଏମାନଙ୍କ ନିଜନିଜ ପଞ୍ଚାୟତରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରେ ରଖାଯାଇଛଇ ।

Leave A Reply