Odisha news

ଧର୍ମଶାଳା ପୋଲିସ ପକ୍ଷରୁ ଅସହାୟକଙ୍କୁ ଖାଦ୍ୟ ବଣ୍ଟନ

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ଶାଳପତ୍ରୀ ଗ୍ରାମରେ ରହୁଥିବା ଅସହାୟ ଆଦିବାସୀ ମାନଙ୍କୁ ଶନିବାର ସକାଳେ ଧର୍ମଶାଳା ପୋଲିସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଧର୍ମଶାଳା ଥାନାଧିକାରୀ ଶରୋଜ କୁମାର ସାହୁ ନିଜ ସହକର୍ମୀ ମାନଙ୍କ ସହିତ ସେଠାରେ ପହଁଞ୍ଚି ପ୍ରଥମେ ହାତ ଧୋଇବା ପାଇଁ ସାବୁନ ଓ ମାସ୍କ ପ୍ରଦାନ କରିଥିଲେ ।

ସାମାଜିକ ଦୂରତାକୁ ପାଳନ କରିବାକୁ ସେଠାରେ ଥିବା ପୁରୁଷ ଓ ମହିଳା ମାନଙ୍କୁ ସଚେତନତା କରାଇଥିଲେ । ଘରପିଛା ଜଣ ଜଣକୁ ଡାକି ଅଟା,ଚୂଡା,ଚିନି,ଡାଲି ,ଆଳୁ,ପିଆଜ,ତେଲ ଓ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।

Leave A Reply