ଧର୍ମଶାଳା :ଧର୍ମଶାଳାବ୍ଲକ ବ୍ରାହ୍ମଣୀ ନଦୀର ଦେବୀଘାଟରେ ଗାଧୋଇବା ପାଇଁ ଯାଇ ଜଣେ ଯୁବକର ସଲିଳ ସମାଧି ଘଟିଛି । ମୃତକ ଜଣକ ହେଲେ ଏହି ବ୍ଲକ କୁଣ୍ଡପାଟଣା ଗ୍ରାମର ସୁଦର୍ଶନ କୁଣ୍ଡୁଙ୍କ ପୁଅ ଉତ୍ତମ କୁଣ୍ଡୁ (୩୪) ବୋଲି ଜଣାପଡିଛି । ଆଜି ମଧ୍ୟାହ୍ନରେ ଉତ୍ତମ ଓ ତାଙ୍କର ଜଣେ ବନ୍ଧୁ ନଦୀକୁ ଗଧୋଇବାକୁ ଯାଇଥିଲେ ।
ଏହି ସମୟରେ ଗଭୀର ଜଳରେ ତାଙ୍କ ଗୋଡ ଖସିଯାଇଥିଲା । ଖବରପାଇ ସ୍ଥାନୀୟ ଲୋକେ ସେଠାରେ ପହଁଞ୍ଚି ତାକୁ ପାଣିରୁ ଉଦ୍ଧାର କରି ଧର୍ମଶାଳା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଧର୍ମଶାଳା ପୋଲିସ ୧୧/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇ ବଡଚଣା ପଠାଇ ତଦନ୍ତ ଜାରୀ ରଖିଛି ।