ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକର ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ଆଗରେ ଭୀଡ ଉପରେ କଟକଣା ଲଗାଇବାକୁ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ୧୪୪ଧାରା ଲାଗୁ କରାଯାଇଛି । ଏ ସମ୍ପର୍କରେ ଶନିବାର ଅପରାହ୍ନରେ ଖଇରା ତହସିଲ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ସାଧାରଣଙ୍କୁ ଅବଗତ କରାଯାଇଛି । ଅସ୍ଥାୟୀ ଶିବିର ଠାରୁ ୧ଶହ ମିଟର ଦୁରତା ବ୍ୟବଧାନରେ ଏହି ୧୪୪ଧାରା ଲାଗୁ କରାଯାଇଛି । ଏକତ୍ର ସେହି ସ୍ଥାନରେ ଛିଡା ହେବାର ପ୍ରଶାସନ ନଜରକୁ ଆସିଲେ ଆଇନ ଅନୁ୍ାଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଖଇରା ବ୍ଲକରେ ୧୪୨ଟି ଅସ୍ଥାୟୀ ଶିବିର ସମ୍ମୁଖରେ ଏହି ନିୟମ ଲାଗୁ କରାଯାଇଛି । ଫଟୋ-ଖଇରା୧-ତହସିଲ ପକ୍ଷରୁ ମାଇକ ପ୍ରଚାର