ଶନିବାର ଦିନଟି ସାନିଦେବଙ୍କ ଦିନ ଅଟେ l ଶନି ଦେବଙ୍କୁ ଆମେ ସମସ୍ତେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାଉ l ମାନ୍ୟତା ଅନୁସାରେ ଯଦି ଶନି ଦେବ ଅସନ୍ତୁଷ୍ଟ ହୁଅନ୍ତି ତେବେ ବିଭିନ ଅସୁବିଧାର କାରଣ ଦେଖାଯାଇ ଥାଏ l ଯେପରିକି ଦରିଦ୍ରତା , ନକାରାତ୍ମକ ଶକ୍ତି ଓ ରୋଗ ମାଡିବସି ଥାଏ l
* ଶନିବାର ଦିନ ଭୁଲ ରେ ମଧ୍ୟ ଲୁହା ଜିନିଷ କିଣିବା ଉଚିତ ନୁହେଁ କିମ୍ବା ଘରକୁ ଆଣିବା ଉଚିତ ନୁହେଁ l ଏହାକୁ ଆଣିବା ଦ୍ୱାରା ଘରକୁ କଳହ ଆସିଥାଏ ଓ ପରିବାର ମଧ୍ୟରେ ଅଶାନ୍ତି ଦେଖା ଦେଇଥାଏ l ପରିବାର ସଦସ୍ୟ ନିଜ ମଧ୍ୟରେ କଳହ ସୃଷ୍ଟି କରି ଥାଆନ୍ତି l
* ଶନିବାର ଦିନ ଭୂଲରେ ମଧ୍ୟ ଲୁଣ କିଣିବା ଉଚିତ ନୁହେଁ l ଏହିଦିନ ଲୁଣ କିଣିଲେ ଦରିଦ୍ରତା ଦେଖାଦେବା ସହ ଋଣ ଭାର ବଢି ଯାଇଥାଏ l
* ଯଦି ଘରେ ନୂଆ ଫର୍ନିଚର କିଣିବାକୁ ଚାହୁଁଛନ୍ତି ତେବେ ଦିନ କଣ ଆଗ ଦେଖନ୍ତୁ l କାଠ ସମ୍ବନ୍ଧୀୟ କୌଣସି ଜିନିଷ ଏହିଦିନ ଘରକୁ ଆଣନ୍ତୁ ନାହିଁ l ଆପଣ ଶନି ଦେବଙ୍କ କୋପରେ ଶିକାର ହୋଇ ପାରନ୍ତି l
* ଶନିବାର ଦିନ ଯଦି ପରିବା କିଣୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଏହିଦିନ ଘରକୁ କୌଣସି ପିତା ଜିନିଷ ଆଣନ୍ତୁ ନାହିଁ l ଘରକୁ ଶନିବାର ଦିନ ପିତା ଆଣିଲେ ଶନି ଦେବ କୋପ ଦୃଷ୍ଟି ପକାଇ ଥାଆନ୍ତି l
* ଶନିବାର ଦିନ କଳା ପୋଷାକ ପିନ୍ଧିବା ଶୁଭ ଅଟେ , କିନ୍ତୁ ଏହିଦିନ ଚମଡା ଜିନିଷ କିମ୍ବା କଳା ଜୋତା ଘରକୁ ଆଣିବା ଉଚିତ ନୁହେଁ l ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ l
Comments are closed.