Odisha news

ଭଲ ଖବର : ୧୨ ରୁ ୧୮ ବର୍ଷର ପିଲାଙ୍କୁ ଆସନ୍ତା ମାସରେ ଦିଆଯିବ କରୋନା ଟୀକ୍କା

ନୂଆଦିଲ୍ଲୀ : କରୋନା ର ତୃତୀୟ ଲହର ଅନୁମାନ ମଧ୍ୟରେ ୧୨ ରୁ ୧୮ ବର୍ଷର ପିଲାଙ୍କ ପାଇଁ ଟୀକ୍କା କାରଣ ପ୍ରକ୍ରିୟା ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି l ନ୍ୟୁଜ ଏଜେନ୍ସି ରାୟଟର୍ସ ର ସୂଚନା ଅନୁସାରେ ଏହି ଖବର ଦିଆ ଯାଇଛି l ଏହି ତଥ୍ୟ ଅନୁସାରେ କ୍ୟାଡିଲା ହେଲ୍ଥ କେୟାର ଆସନ୍ତା ମାସରେ ଛୋଟ ଛୁଆଙ୍କ ଟୀକ୍କା ଜାୟକୋବ-ଡି ଲଞ୍ଚ କରିବେ l ଏହାର ଆପାତକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଗତ ମାସରେ ମଞ୍ଜୁରୀ ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ମାସ ଠାରୁ ପ୍ରତି ମାସରେ ୧ କୋଟି ଡୋଜ ପ୍ରସ୍ତୁତ କରାଯିବ l

ଅନ୍ୟ ପକ୍ଷରେ ଭାରତ ବାୟୋଟେକ ମଧ୍ୟ ପିଲାମାନଙ୍କ ଉପରେ କୋ-ଭ୍ୟାକସିନ ର ତୃତୀୟ ଟୀକ୍କା କାରଣ ଟ୍ରାୟଲ ସମାପ୍ତ ହୋଇ ସାରିଛି l କମ୍ପାନୀ ପକ୍ଷରୁ କୁହାଯାଇଛି ଆସନ୍ତା ମାସରେ ତୃତୀୟ ଫେଜ ଡେଟା ର ଆନାଲିସିସ କରାଯିବ l ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୨ ରୁ ୧୨ ବର୍ଷର ପିଲା ମାନଙ୍କ ପାଇଁ କୋବl ଭେକସ ଦ୍ଵିତୀୟ ଓ ତୃତୀୟ ଫେଜ ଟ୍ରାଏଲ ଚାଲିଛି l

କୋଭିଡ -୧୯ ଟୀକ୍କା କାରଣକୁ ନେଇ ସରକାରଙ୍କ ର ଉପଦେଷ୍ଟା କମିଟି ଗତ ମାସରେ ମନ୍ତବ୍ୟ ଦେଇ ଥିଲେ ଯେ ଆରମ୍ଭରେ ୧୨ ବର୍ଷରୁ ଅଧିକ ବୟସ ସେହି ପିଲା ମାନଙ୍କୁ ଟୀକ୍କା କାରଣ କରାଯିବା ଉଚିତ ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଟନ୍ତି l କମିଟି ପକ୍ଷରୁ କୁହାଯାଇଥିଲା ଯେ ଦେଶରେ ୪୦ ପ୍ରତିଶତ ପିଲା ରହିଛନ୍ତି ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ଅଟନ୍ତି l କମିଟି ର ମତ ଅନୁସାରେ ପ୍ରଥମେ ସେହି ପିଲା ମାନଙ୍କୁ ଟୀକ୍କା ଦିଆଯିବ ଯେଉଁମାନେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ,ଜନ୍ମରୁ ହାର୍ଟ କିମ୍ବା କ୍ୟାନ୍ସର ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ରହିଛନ୍ତି l

ଭାରତ ଭଳି ଜନବହୁଳ ଦେଶରେ ପିଲା ମାନଙ୍କର ଟୀକ୍କା କାରଣ ଯଥା ଶୀଘ୍ର ହେବା ଆବଶ୍ୟକ l ଏହାକୁ ଠିକ ଭାବରେ ଦେଖିବାକୁ ହେଲେ ମହାରାଷ୍ଟ୍ରର ଉଦାହରଣ ଆଗକୁ ଆସିବ l ମୁମ୍ବାଇ ରେ କରୋନା ର ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହାରରେ ସଂକ୍ରମଣ ବଢି ଯାଇଥିଲା l ମାଇକ୍ରୋ ବାୟୋଟେକ ର ପ୍ରଫେସର କହିଛନ୍ତି ଯେ ତୃତୀୟ ଲହର ରେ ପିଲା ମାନଙ୍କ ସଂକ୍ରମଣ ବଢ଼ିଯିବ ,ତେଣୁ ସେମାନଙ୍କୁ ଟୀକ୍କା କାରଣ କରିବା ଜରୁରୀ ଅଟେ l

Comments are closed.