Odisha news

ବିକାଶ ଦୁବେକୁ ସାହାଯ୍ୟ କରୁଥିବା ୨୦୦ ଜଣ ପୋଲିସକର୍ମୀ ସନ୍ଦେହ ଘେରରେ

0

ଉତ୍ତରପ୍ରଦେଶ : କାନପୁରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେର ଗୁଣ୍ଡାମାନଙ୍କ ଦ୍ୱାରା ୮ ଜଣ ପୋଲିସ କର୍ମୀ ସହିଦ ହେଲାପରେ ଛାନଭିନ ଆରମ୍ଭ ହୋଇଯାଇଛି l ଏହି ସମସ୍ତ କାର୍ଯ୍ୟକୁ ନେଇ ପୋଲିସ ବିଭାଗର ସମ୍ପୃକ୍ତି ବୋଲି ସନ୍ଦେହ କରାଯାଉଛି l କାନପୁର IG ମୋହିତ ଅଗ୍ରୱାଲ କହିଛନ୍ତି ଯେ ଚୌବେପୁର ଥାନାର ପୋଲିସ ମାନେ ସନ୍ଦେହ ଘେରରେ ଅଛନ୍ତି l ବର୍ତ୍ତମାନ ଯାଞ୍ଚରେ ଜଣାପଡିଛି ଯେ ଧୀରେଧୀର ଅନେକ ଗୁଡିଏ ଥାନାର ପୋଲିସ ମାନେ ବିକାଶ ଦୁବେକୁ ସାହାଯ୍ୟ କରି ଆସୁଥିଲେ ଓ ପୋଲିସ ମାନଙ୍କର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l

ଏହି ସମସ୍ତ ପୋଲିସ ବାଲାଙ୍କର ମୋବାଇଲ CDR ମଧ୍ୟ ଯାଞ୍ଚ ହେଉଛି l ସୂଚନା ଯୋଗ୍ୟଯେ ଏଥି ମଧ୍ୟରୁ ଅଧିକାଂଶ ପୋଲିସ କର୍ମୀ ବିକାଶ ଦୁବେକୁ ସାହାଯ୍ୟ କରୁଥିଲେ ଓ ତା ପାଇଁ କାମ ମଧ୍ୟ କରୁଥିଲେ l ପୋଲିସର STF ଟିମ ପ୍ରତ୍ୱେକଟି ପୋଲିସ ବାଲାଙ୍କର ତଥ୍ୟ ସଂଗ୍ରହ କରି ସାବଧାନତା ସହିତ ଯାଞ୍ଚ କରୁଛନ୍ତି l

କାନପୁରର ନିଲମ୍ବିତ ଦାରୋଗା କେ.କେ ଶର୍ମାଙ୍କୁ ପଚରା ଉଚୁରା ବେଳେ କହିଥିଲେ ଯେ ଜୁଲାଇ ୨ ତାରିଖ ଦିନ ଅପରାହ୍ନ ଦିନ ୪ ଟା ବେଳେ ବିକାଶ ଦୁବେ ତାଙ୍କୁ ଫୋନେ ଯୋଗେ ଧମକ ଦେଇଥିଲା ଓ କହିଥିଲା ଥାନା ଅଧିକାରୀଙ୍କୁ ବୁଝାଇ ଦିଅ ଯଦି ତାର ଆରେଷ୍ଟର କଥା ଆଗକୁ ବଢ଼ିଲା ତେବେ ବିକାରୁ ଗାଁ ରୁ ପୋଲିସ ବାଲାଙ୍କର ସବ ଉଠିବ l ଦାରୋଗା କେ.କେ ଶର୍ମା କହିଛନ୍ତି ଯେ ବିକାଶ ଦୁବେର ଧମକ୍ ରେ ଡରି ଯାଇଥିଲେ ତେଣୁ ଚଢ଼ାଉ ପାଇଁ ଯାଉଥିବା ପୋଲିସ ଟିମ ସହିତ ସାମିଲ ହୋଇ ନଥିଲେ l

Leave A Reply