ଭୁବନେଶ୍ବର: ଆଜି ରାଜ୍ୟରେ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସବୁ ଆକ୍ରାନ୍ତ୨୧ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାଯାଇଛି।ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ୩୭, କଟକ ଜିଲ୍ଲାରୁ ୨୯,ସୁନ୍ଦରଗଡ଼ ଜିଲ୍ଲାରୁ ୫୧, ବାଲେଶ୍ୱର ଜିଲ୍ଲାରୁ ୨୮,କେନ୍ଦୁଝର ଜିଲ୍ଲାରୁ ୭,ମୟୂରଭଞ୍ଜ ଜିଲ୍ଲାରୁ ୧୪, ନୟାଗଡ଼ ଜିଲ୍ଲାରୁ ୧,ପୁରୀ ଜିଲ୍ଲାରୁ ୪, ସମ୍ବଲପୁର ଜିଲ୍ଲାରୁ ୬ ରାୟଗଡ଼ା ଜିଲ୍ଲାରୁ ୧୦, ନବରଙ୍ଗପୁର ଜିଲ୍ଲାରୁ ୭,କେନ୍ଦ୍ରାପଡ଼ା ଜିଲ୍ଲାରୁ ୩, ଝାରସୁଗୁଡ଼ା ଜିଲ୍ଲାରୁ ୧, ବଲାଙ୍ଗୀର ଜିଲ୍ଲାରୁ ୫, ଗଜପତି ଜିଲ୍ଲାରୁ ୫୬,ଯାଜପୁର ଜିଲ୍ଲାରୁ ୧୬, ଭଦ୍ରକ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧,ଜଗତସିଂହପୁର ଜିଲ୍ଲାରୁ ୧୭,ଅନୁଗୁଳ ଜିଲ୍ଲାରୁ ୪ ଓ ଗଞ୍ଜାମ ଜିଲ୍ଲାରୁ ୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୬୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୭ ରହିଛି।