ଆମର ଖରାପ୍ ଜୀବନ ଶୈଳୀ କାରଣରୁ ସାଧାରଣ ଭାବରେ ୟୁରୀକ୍ ଏସିଡ ବୃଦ୍ଧି ପାଇଥାଏ । କାହିଁକି ନା ଆମେ ନିଜ କାର୍ଯ୍ୟ ଯୋଗୁଁ ନିଜ ଶରୀରକୁ ବିଶେଷ ଧ୍ୟାନ ଦେଇ ନଥାଉ । ରକ୍ତରେ ପ୍ୟୁରିନ୍ ବଢିବା କାରଣରୁ ୟୁରିକ ଏସିଡ ବୃଦ୍ଧି ହୋଇଥାଏ । ଆଜି ଆସନ୍ତୁ ଜାଣିବା ଏପରି କିଛି ସୁପର୍ ଫୁଡ୍ ରହିଛି ଯାହାଦ୍ଵାରା ୟୁରୀକ ଏସିଡ ହ୍ରାସ ହୋଇଥାଏ ।
– ଗ୍ରିନ୍ ଟି :
ଗ୍ରୀନ ଟି ରେ ଅନେକ ଲାଭ ରହିଥାଏ । ଆମେ ଜାଣିଛୁ ଯେ ନିୟମିତ ଗ୍ରୀନ ଟି ସେବନ କରିବା ଦ୍ୱାରା ସୁଗାର୍ ଓ ବିପି ନିୟନ୍ତ୍ରିତ ରହିଥାଏ । ଏହାଛଡା ନିୟମିତ ସକାଳୁ ଗ୍ରୀନ ଟି ସେବନ କରିବା ଦ୍ୱାରା ୟୂରିକ୍ ଏସିଡ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।
– କଫି :
ଆମେ ପ୍ରାୟ ପ୍ରତିଦିନ କଫି ସେବନ କରୁ । କିନ୍ତୁ ତାର ଲାଭ ବିଷୟରେ ଜାଣି ନଥାଉ । ଆମେରିକା ଜର୍ଣାଲ ର ଗୋଟିଏ ତଥ୍ୟ ଅନୁସାରେ କଫି ସେବନ କରିବା ଦ୍ୱାରା ୟୂରିକ ଏସିଡ ସ୍ତର ହ୍ରାସ ହୋଇଥାଏ ।
– ଆପେଲ :
ସେଓ ଗୋଟିଏ ସ୍ୱାସ୍ଥ୍ୟକର ଫଳ ଅଟେ । ସେଓ ରେ ଅନେକ ପରିମାଣ ରେ ଡାଏଟ୍ରି ଫାଇବର ରହିଥାଏ । ଡାଏଟ୍ରି ଫାଇବର ୟୂରୀକ ଏସିଡ କୁ ଅବସୋଷିତ କରିଥାଏ ।
– କଦଳୀ :
ଗାଉଟ୍ ରୋଗୀଙ୍କୁ ପ୍ରତିଦିନ ଅତି କମ ରେ ଗୋଟିଏ କଦଳୀ ନିହାତି ଖାଇବା ଆବଶ୍ୟକ । କଦଳୀ ରେ ଥିବା ପୋଷାକ ତତ୍ତ୍ଵ ୟୁରିକ୍ ଏସିଡ ନିୟନ୍ତ୍ରିତ କରିଥାଏ ।
– ଖଟା ଫଳ :
କମଳା ଓ ଲେମ୍ବୁ ରେ ଅଧିକ ମାତ୍ରାରେ ସାଇଟ୍ରିକ୍ ଏସିଡ ଓ ଭିଟାମିନ ସି ରହିଥାଏ । ଭିଟାମିନ ସି ଅତିରିକ୍ତ ୟୁରିକ୍ ଏସିଡ କୁ ନିୟନ୍ତ୍ରିତ କରିବା ସହ ପରିସ୍ରା ମାଧ୍ୟମରେ ବାହାର୍ କରିଦେଇ ଥାଏ ।