Odisha news

ଆଜି ହେଉଛି ଶ୍ରାବଣ ପୂର୍ଣ୍ଣିମା : ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇଁ କରନ୍ତୁ ଏହି ସବୁ କାର୍ଯ୍ୟ

0
ଆମ ଜଗନ୍ନାଥ ସଂସ୍କୃତି ଅନୁସାରେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନଟି ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହିଦିନ ବିଶେଷ ଭାବରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପାଇଁ ଶିବ ପୁରାଣରେ କୁହାଯାଇ ଥାଏ । ଶିବ ପୁରାଣର ମାହାତ୍ମ୍ୟ ଅନୁସାରେ ଯଦି ଶ୍ରାବଣ ପୂର୍ଣ୍ଣିମା ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଏ ତେବେ ଦୁଃଖ , ରୋଗ , ଭୟ ଓ ବିପଦରୁ ମୁକ୍ତି ମିଳିଥାଏ ।
* ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣ ପୂର୍ଣ୍ଣିମା ଦିନ ମହାଦେବ ଙ୍କୁ ଜଳ ଲାଗି କରି ସରିବା ପରେ ବେଲ ପତ୍ର ଅର୍ପଣ କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ଏହାକୁ ୧୦୮ ଥର ଜପ କଲେ ଜୀବନ ରୁ ସମସ୍ତ ବିପଦ ଦୂରେଇ ଯାଇଥାଏ ଓ ମନରେ ସକାରାତ୍ମକ ପ୍ରଭାବ ପଡ଼ି ଥାଏ ।
* ଆମ ହିନ୍ଦୁ ପରମ୍ପରା ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ଦିନ ଆମେ ମହାଦେବ ଙ୍କୁ ବେଲପତ୍ର ଅର୍ପଣ କରିବା ବେଳେ ଯଦି ୭ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ତେବେ ଜୀବନରେ କେବେବି ଧନର ଅଭାବ ରହି ନଥାଏ ଓ ପଡ଼ି ରହିଥିବା କାର୍ଯ୍ୟ ଠିକ୍ ଭାବରେ ହୋଇ ଯାଇଥାଏ ।
* ଶିବ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିରନ୍ତର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାଏ ତେବେ ଯମ ରାଜା ମଧ୍ୟ ତା ନିକଟକୁ ଆସିବାକୁ ଭୟ କରନ୍ତି । ଭଗବାନ୍ ଶିବ ତାଙ୍କ ଭକ୍ତ ମାନଙ୍କର ଡାକ ଖୁବ୍ ଶୀଘ୍ର ଶୁଣନ୍ତି ।
* ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କଲେ ବ୍ୟକ୍ତି ଅକାଳ ମୃତ୍ୟୁ ରୁ ମଧ୍ୟ ରକ୍ଷା ପାଇଥାଏ । ପୁରାଣର ବର୍ଣ୍ଣନା ଅନୁସାରେ ବ୍ୟକ୍ତି ଏହାକୁ ଜପ କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ପାଇଥାଏ । ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦ୍ଵାରା ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ଏହି ମନ୍ତ୍ର ଦ୍ଵାରା ମହାଦେବ ଖୁବ୍ ସହଜରେ ସନ୍ତୁଷ୍ଟ ହୋଇ କଠିନ ରୁ କଠିନ ବ୍ୟାଧି ରୁ ମୁକ୍ତି ଦେଇ ଥାଆନ୍ତି । ଯେତେବେଳେ ଆପଣ କୌଣସି ବଡ଼ ବିପଦରେ କଷ୍ଟ ପାଉ ଛନ୍ତି ତେବେ ଏହି ମନ୍ତ୍ର ପାଠ କରି ସେହି ଅସୁବିଧା ରୁ ମୁକ୍ତି ପାଆନ୍ତୁ ।
Nalco
Leave A Reply