Odisha news

ୟୁକ୍ରେନ ସୈନିକ ଙ୍କୁ ପ୍ରଶଂସା : ରୁଷୀୟ ସୈନ୍ୟ ଙ୍କ ଆଗରେ ନଇଁଲେ ନାହିଁ ୧୩ ଜଣ ୟୁକ୍ରେନ ସୈନ୍ୟ

0

ନୂଆଦିଲ୍ଲୀ : ରୁଷ ୟୁକ୍ରେନ କୁ ଆକ୍ରମଣ କରିବା ପରେ ୟୁକ୍ରେନ ଓ ରୁଷ ସୈନ୍ୟଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ଯୁଦ୍ଧ ଜାରି ରହିଛି l ଏହି ସ୍ଥିତିରେ ସ୍ନେକ ଦୀପରେ ଉଭୟ ପକ୍ଷର ଯୁଦ୍ଧର ଗୋଟିଏ କ୍ଲିପ ଭାଇରାଲ ହେଉଛି l କହି ରଖୁଛୁ ଯେ ସ୍ନେକ ଦୀପ ରେ ୟୁକ୍ରେନ ସୈନ୍ୟ ଉପସ୍ଥିତ ଥିଲେ l ଏହାପରେ ସେଠାରେ ରୁଷ ୱାରସିପ ପହଂଚି ଥିଲା ଓ ଦୀପରେ ଉପସ୍ଥିତ ଥିବା ୟୁକ୍ରେନ ର ୧୩ ଜଣ ଯବାନ ଙ୍କୁ ସରେଣ୍ଡର କରିବା ପାଇଁ କହିଥିଲା l କିନ୍ତୁ ୟୁକ୍ରେନ ସୈନ୍ୟ ମାନେ ସରେଣ୍ଡର କରିବାକୁ ମନା କରିଥିଲେ ଏହାପରେ ରୁଷ ସୈନ୍ୟ ମାନେ ସେହି ସମସ୍ତ ଯବାନ ଙ୍କୁ ମାରି ଦେଇଥିଲେ l

ସେମାନଙ୍କୁ ପ୍ରଥମେ ରୁଷ ସୈନ୍ୟମାନେ କହିଥିଲେ ଯେ ଆମ କଥାମାନି ତମେ ହତିଆର ଛାଡି ଦିଅ ଓ ଆତ୍ମସମର୍ପଣ କରିଦିଅ ନଚେତ ମୃତ୍ୟୁ ବରଂ କରିବ l କିଛି ସମୟ ପରେ ରୁଷ ସୈନ୍ୟମାନେ ଉତର ଦେଇଥିଲେ ଯେ ଆମେ ତମ କଥାକୁ ଗ୍ରହଣ କରୁନାହୁଁ l ଏହାପରେ ରୁଷ ସୈନ୍ୟଙ୍କ କ୍ରୋଧର ଶିକାର ହୋଇଥିଲେ l ୟୁକ୍ରେନ ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି ଯେ ରୁଷ ସ୍ନେକ ଦୀପ କୁ ଅକ୍ତିଆର କରି ନେଇଛି l ସେଠାରେ ଥିବା ୧୩ ଜଣ ବର୍ଡ଼ର ଗାର୍ଡ ସରେଣ୍ଡର କରିବାକୁ ମନା କରି ଦେବାରୁ ତାଙ୍କୁ ହତ୍ୟା କରାଯାଇଛି ଓ ସେମାନଙ୍କୁ ” ହୀରୋ ଅଫ ୟୁକ୍ରେନ” ର ସମ୍ମାନ ରେ ସମ୍ମାନିତ କରାଯାଇଛି l

Leave A Reply