Odisha news

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପୋଲାଣ୍ଡକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେବ

0

ନୂଆଦିଲ୍ଲୀ: ଘନ ଘନ କ୍ଷେପଣାସ୍ତ୍ର ମାଡ଼ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ(ଏମଇଏ) ନେଲା ବଡ଼ ନିଷ୍ପତ୍ତି। ଦୂତାବାସର କାମ ସୁରଖୁରୁରେ କରିବା ପାଇଁ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବରେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯିବ ବୋଲି କହିଛି ଏମଇଏ।

ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ବିବୃତିରେ କୁହାଯାଇଛି ଯେ ଦେଶର ପଶ୍ଚିମ ଭାଗରେ ଆକ୍ରମଣ ବଢ଼ିବା ସହ ୟୁକ୍ରେନର ସୁରକ୍ଷା ଅବସ୍ଥା ଦ୍ରୁତଗତିରେ ଖରାପ ହେଉଥିବା ଦେଖି ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ସାମୟିକ ଭାବେ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ପରେ ଦୂତାବସକୁ ୟୁକ୍ରେନ ସ୍ଥାନାନ୍ତର ନେଇ ଚିନ୍ତା କରାଯିିବ।

ତେବେ ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ଏବେ ଯୁଦ୍ଧ ତୀବ୍ର ‌ହୋଇଛି। କ୍ଷେପଣାସ୍ତ୍ରା ମାଡ଼ ସହ ଗୁଳି ବର୍ଷା କରୁଛି ରୁଷ। ପୋଲାଣ୍ଡ୍‌ ସୀମାନ୍ତବର୍ତ୍ତୀ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ନଗରୀ ଲିଭିଭ୍ ବାହାରେ ଥିବା ଏକ ସାମରିକ ପ୍ରଶିକ୍ଷଣ ପ୍ରାନ୍ତରରେ ରୁଷୀୟ ସେନା ଏକାଧିକ କ୍ଷେପଣାସ୍ତ୍ର ନି‌କ୍ଷେପ କରିଥିବା କଥା ଆଜି ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି। ଲିଭିଭ୍‌ର ଉତ୍ତରପଶ୍ଚିମକୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଲିଭିଭ୍‌ ଓବ୍ଲାଷ୍ଟ୍‌ରେ ଅବସ୍ଥିତ ଉପରୋକ୍ତ ସାମରିକ ଘାଟି ଉପରକୁ ୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ସେ କହିଛନ୍ତି। ଏହି ଆକ୍ରମଣ ପରେ ୩୭ଜଣଙ୍କର ଜୀବନ ଯାଇଥିବା କୁହାଯାଇଛି।

Leave A Reply