ଉଦୟଗିରି : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ପଞ୍ଚାୟତ ଅଧିନ ବାଲିକୁଦା ଗ୍ରାମର କୁଳମଣୀ ପ୍ରଧାନ(୬୨) ଙ୍କ ରବିବାର ଭୋର ସମୟରେ ନଦୀରେ ବୁଡିଯାଇ ମୃତ୍ୟୁ ହୋଇଯାଇଛି । ମୃତ କୁଳମଣୀ ପ୍ରତିଦିନ ପରି ରବିବାର ଭୋର ସମୟରେ ସୌଚ ହେବା ପାଇଁ ଗ୍ରାମ ନିକଟସ୍ଥ କେଲୁଅ ନଦୀ କୁ ଯାଇଥିଲେ ।
ତେବେ ସେ ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିବା ପରେ ନଦୀ ଘାଟରେ ତାଙ୍କର ଚପଲ ଓ ଟର୍ଚ୍ଚ ପଡିଥିବା ଦେଖିବାକୁ ପାଇଥିଲେ । ସେ ପାଣିରେ ବୁଡିଯାଇଥିବା ସନେ୍ଦହ କରି ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଦୀର୍ଘଦୁଇ ଘଣ୍ଟା ଖୋଜା ଖୋଜି ପରେ ବେଙ୍ଗପୁର ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । କୁଳମଣୀ ଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।