Odisha news

କଂଗ୍ରେସ ନେତା ଙ୍କ ବନ୍ୟାଞ୍ଚଳ ପରିଦର୍ଶନ

0

ଉଦୟଗିରି : ବଡଚଣା କଂଗ୍ରେସ ନେତା ଅଜୟ ସାମଲ ବନ୍ୟାଞ୍ଚଳ ପରିଦର୍ସନ କରିଛନ୍ତି । ଶ୍ରୀ ସାମଲଙ୍କ ସହିତ ଏକ ପ୍ରତିନିଧିଦଳ ବଡଚଣା ବ୍ଲକର ଦେକୁରୀ, ଗୋାପାଳପୁର, ଚାରିନଙ୍ଗଳ, ରଇପୁର, କୋଲଣଗିରି ଆଦିଗ୍ରାମ ପରିଦର୍ଶନ କରି ବିପନ୍ନ ମାନଙ୍କକ ସମସ୍ୟା ବୁଝିଛନ୍ତି । ବାସଗୃହ ହରାଇ ବିଭିନ୍ନ ଉଚ୍ଚସ୍ଥାନରେ ଆଶ୍ରୟ ନେଇଥିବା ବିପନ୍ନ ମାନଙ୍କୁ ରିଲିଫ ପ୍ରଦାନ କରିଛନ୍ତିା ତେବେ ଆଜିିବି ଅନେକଙ୍କ ପାଖରେ ପ୍ରଶାସନ ପହଞ୍ଚି ନାହିଁ ।

କେବଳ ବିପନ୍ନ ମାନଙ୍କୁ ଚୁଡା ଗୁଡ ପ୍ରଦାନ କରାଯାଇଛି । ଏପରିସ୍ଥଳେ ତୁରନ୍ତ ରିଲିଫ ପ୍ରଦାନ ସହ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଶ୍ରୀ ସାମଲ ଦାବି କରିଛନ୍ତିା ମୁଷାଟିକିରି ଓ ସାଉଡିଆ ଗ୍ରାମର ଦୁଇ ନିଖୋଜ ଙ୍କ ପରିବାରକୁ ଭେଟି ଶ୍ରୀ ସାମଲ ସମବେଦନ ଜଣାଇଛନ୍ତିା ତେବେ ସରକାରଙ୍କ ବନ୍ୟା ମୁକାବିଲାକୁ ସେ ତ୍ରୀବ୍ର ସମାଲୋଚନା କରିଛନ୍ତିା

Leave A Reply