ଉତ୍ତରକାଶୀର ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଇଁ ସାରା ଦେଶ ବାସୀଙ୍କର ପ୍ରାର୍ଥନା : ପ୍ରତ୍ୟେକ ମୁହୂର୍ତ ରେ ମୃତ୍ୟୁକୁ ନିକଟରୁ ଅନୁଭବ କରୁଛନ୍ତି
୪୧ ଶ୍ରମିକ ଜୀବନ ସହିତ ସଂଘର୍ଷ କରୁଛନ୍ତି ୧୭ ଦିନ ହେଲାଣି , ପ୍ରତ୍ୟେକ ମୁହୂର୍ତ ରେ ମୃତ୍ୟୁକୁ ନିକଟରୁ ଅନୁଭବ କରୁଛନ୍ତି l ବର୍ତମାନ ଉତ୍ତରକାଶୀ ର ସୁଡ଼ଙ୍ଗ ରେ ଫସି ରହିଥିବା ୪୧ ଜଣ ଶ୍ରମିକ ଙ୍କ ପାଇଁ ସାରା ଦେଶ ବାସୀ ଙ୍କ ର ରହିଛି ପ୍ରାର୍ଥନା ଓ ଅପେକ୍ଷା l ଯେଉଁଠି ଦେଶ ଦୀପର ଆଲୋକ ଦୀପାବଳୀ ପାଳନ କରୁଥିଲା ସେହିଠାରେ ନଭେମ୍ବର ୧୨ ତାରିଖ ଦିନ ଏହି ଶ୍ରମିକମାେନ ଅନ୍ଧକାର ମଧ୍ୟ ରେ ଏହି ଟନେଲ ରେ ଫସି ରହିଥିଲେ l
ଉତ୍ତରକାଶୀ ର ଶିଳ୍କ୍ୟାସରା ସୁଡ଼ଙ୍ଗ ରେ ୪୧ ଶ୍ରମିକ ୧୨ ତାରିଖ ରୁ ଫସି ରହିଛନ୍ତି l ଏଥିପାଇଁ ଲଗାତାର ରେଶକ୍ୟୁ ଅପରେସନ ସରକାର ଙ୍କ ପକ୍ଷରୁ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ରହିଥିଲା l ବର୍ତମାନ ଏହି ରେଶକ୍ୟୁ ଅଭିଯାନ ଶେଷ ପର୍ଯ୍ୟାୟ ରେ ପହଂଚିଛି l ଏହି ସମୟରେ ଉତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଘଟଣାସ୍ଥଳ କୁ ଯାଇ ସ୍ଥିତି ପରଖି ଥିଲେ lବର୍ତମାନ ଉତ୍ତରକାଶୀ ର ସୁଡ଼ଙ୍ଗ ର ରେଶକ୍ୟୁ ଅଭିଯାନ ଶେଷ ପର୍ଯ୍ୟାୟ ରେ ପହଂଚି ସାରିଛି l ସୁଡ଼ଙ୍ଗ ବାହାରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ଉପସ୍ଥିତ ରହିଛନ୍ତି l
ଯେତେବେଳେ ମେସିନ ଯୋଗେ ଖୋଲିବାରେ ବିଫଳ ହୋଇଥିଲେ ଶ୍ରମିକ ମାନେ ହାତର ସାହାଯ୍ୟ ନେଇଥିଲା l ଏହି ରେଶକ୍ୟୁ ଅଭିଯାନ ପାଇଁ ଓଡ଼ିଶାର ରାଉରକେଲାରୁ ପାଇପ ପଠାଯାଇ ଥିଲା , ଯାହାକି ଶ୍ରମିକ ମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା l ଏହା ଗୋଟିଏ ସମ୍ବେଦନଶୀଳ ପାର୍ବତ୍ୟ ଅଞ୍ଚଳ ହୋଇଥିବା କାରଣରୁ ଚାରିଆଡକୁ ଧ୍ୟାନ ରଖି ପଦକ୍ଷେପ ନିଆଯାଉଛି l ଏହି ରେଶକ୍ୟୁ ଅଭିଯାନ ରେ NDRF, 𝚂𝙳𝚁𝙵 , 𝙸𝚃𝙱𝙿 , ସ୍ୱାସ୍ଥ୍ୟ ଓ ରାଜସ୍ବ ବିଭାଗ ର ପାଖାପାଖି ୧୬୦ ରୁ ୨୦୦ କର୍ମୀ ଉପସ୍ଥିତ ରହିଛନ୍ତି l
ଏହି ସମୟରେ ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କ ପରିବାର କୁ ମଧ୍ୟ ସହଯୋଗ କରାଯାଉଛି l ଏବଂ ରେଶକ୍ୟୁ ର ଅପ ଡେଟ ପ୍ରତ୍ୟେକ ମୁହୁର୍ତରେ ଦିଆଯାଉଛି l ଓଡ଼ିଶାର ୫ ଜଣ ଶ୍ରମିକ ମଧ୍ୟ ଏହି ସୁଡ଼ଙ୍ଗ ରେ ଫସି ରହିଛନ୍ତି l
ନଭେମ୍ବର ୧୨ ତାରିଖ ଭୋର ୫ ଟା ୩୦ ମିନିଟ ସମୟରେ ଉତ୍ତରକାଶୀ ର ଶିଳ୍କକ୍ୟରା ରୁ ବଡକୋଟ ମଧ୍ୟରେ ନିର୍ମାଣଧୀନ ସୁଡ଼ଙ୍ଗ ଧସି ଯାଇଥିଲା l ଏହି ଦୁର୍ଘଟଣା ଟି ଶିଳ୍କ କ୍ୟାରା ଅଞ୍ଚଳ ରେ ୬୦ ମିଟର ଦୂରରେ ମାଟି ଧସିବା ଦ୍ୱାରା ହୋଇଥିଲା l ଏହାପରେ ପାଇପ ଜରିଆରେ ସୁଡ଼ଙ୍ଗ ରେ ଫସି ରହିଥିବା ଶ୍ରମିକ ମାନଙ୍କ ପାଇଁ ଅକ୍ସିଜେନ, ପାଣି , ବିଜୁଳି , ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା l ଫସି ରହିଥିବା ଶ୍ରମିକ ମାନଙ୍କ ପାଇଁ ୱାକି ଟକି ଜରିଆରେ ଯୋଗାଯୋଗ କାର୍ଯ୍ୟ ଜାରି ରହିଛି l