Odisha news

ଭଗଵାନ ବିଷ୍ଣୁଙ୍କ ପାଇଁ ଦୁଇଦିନ ବ୍ରତ ରଖନ୍ତି ମାତା ତୁଳସୀ : ଆସନ୍ତୁ ଜାଣିବା ତାର ଧାର୍ମିକ ମହତ୍ତ୍ଵ

ତୁଳସୀ ଗଛ ସବୁ ହିନ୍ଦୁ ପରିବାରର ଘର ଅଗଣାରେ ପୂଜା ପାଇଥାଏ । ସକାଳୁ ଉଠିଲେ ନାରୀ ମାନେ ବିଶେଷ ପୂଜା କରିବା ସହିତ ସନ୍ଧ୍ୟା ବେଳକୁ ଦୀପଦାନ କରିଥାନ୍ତି । ଶାସ୍ତ୍ର ମତରେ ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ବୃଦ୍ଧି ପାଇବା ସହିତ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ । ଭଗଵାନ ବିଷ୍ଣୁଙ୍କର ତୁଳସୀ ଅତିପ୍ରିୟ ଅଟେ । ଆମେ ତୁଳସୀ ଙ୍କୁ ପୂଜା କରିବା ସହିତ ଭଗଵାନ ବିଷ୍ଣୁଙ୍କୁ ଓ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିଥାଉ । ଏମିତିରେ ଦେଖିବାକୁ ଗଲେ ମାତା ଲକ୍ଷ୍ମୀ ହେଉଛନ୍ତି ଭଗଵାନ ବିଷ୍ଣୁଙ୍କର ଅର୍ଧାଗିନି କିନ୍ତୁ ତୁଳସୀ ମଧ୍ୟ ବିଷ୍ଣୁଙ୍କ ପାଇଁ ଦୁଇଦିନ ଉପବାସ ରଖିଥାନ୍ତି । ସେହି ଦୁଇଦିନ ଶାସ୍ତ୍ର ମତରେ ତୁଳସୀ କିଛି ଭୋଜନ ଗ୍ରହଣ କରନ୍ତି ନାହିଁ ।
  * ତୁଳସୀଙ୍କୁ  ଆମେ ମୁଖ୍ୟତଃ କୃଷ୍ଣ ଓ ବିଷ୍ଣୁଙ୍କ ପୂଜାରେ ବ୍ୟବହାର କରିଥାଉ । କୁହାଯାଏ ଯେ ଭଗଵାନ ବିନା ତୁଳସୀ ପ୍ରସ୍ୱରେ ସୁଖ ଲାଭ କରି ନଥାନ୍ତି । ଏପରିକି ସନ୍ଧ୍ୟା ସମୟରେ ମଧ୍ୟ ଭଗଵାନଙ୍କୁ ତୁଳସୀର ସଜା ଯାଏ ।
* ଶାସ୍ତ୍ର ଅନୁସାରେ ମା ତୁଳସୀ ମାସରେ ଦୁଇଦିନ  ଭଗଵାନ ବିଷ୍ଣୁଙ୍କ ପାଇଁ ବ୍ରତ ରଖିଥାନ୍ତି । ଗୋଟିଏ ହେଉଛି ଏକାଦଶୀ ଓ ଅନ୍ୟଟି ହେଉଛି ପୂର୍ଣ୍ଣମୀ । ମାନ୍ୟତା ରହିଛି ଯେ ଏହି ସମୟରେ ତୁଳସୀଙ୍କୁ ଯାହାବି ଅର୍ପଣ କରାଯାଇଥାଏ । ତାହା ସେ ଗ୍ରହଣ କରି ନଥାନ୍ତି ।
* ହିନ୍ଦୁ ଧର୍ମର ନୀତି ଅନୁସାରେ ତୁଳସୀଙ୍କୁ  ଆମେ ନୀତି ନିୟମ ଭାବରେ ସଂକ୍ରାନ୍ତି ଦିନ ଯେଉଁ ପୂଜା କରିଥାଉ ସେ ତାହା ବିଷ୍ଣୁଙ୍କୁ ଅର୍ପଣ କରି ଥାଆନ୍ତି । ସେଥିପାଇଁ କୁହାଯାଏ ସଂକ୍ରାନ୍ତି ଦିନ ତୁଳସୀ ପତ୍ର ଛଡ଼ାଇବା ମନା ,ଏଭଳି କଲେ ବିଷ୍ଣୁ ଅସନ୍ତୁଷ୍ଟ ହୁଅନ୍ତି ।
*ଅମାବାସ୍ୟା ଦିନ ମଧ୍ୟ ତୁଳସୀଙ୍କୁ  ଯେଉଁ ପୂଜା ବିଧି ବିଧାନ ଭାବରେ କରାଯାଇଥାଏ । ତାହା ସେ ବିଷ୍ଣୁଙ୍କ ପାଖରେ କରନ୍ତି । ସେହି କାରଣରୁ ମାନ୍ୟତା ରହିଛି ଯେ ଅମାବାସ୍ୟା ଦିନ ତୁଳସୀଙ୍କୁ  ପୂଜା କଲେ ସନ୍ତାନ ମାନଙ୍କର ଉନ୍ନତି ହେବା ସହିତ ଘର ପରିବାରର ମଧ୍ୟ ଉନ୍ନତି ହୋଇଥାଏ ।

Comments are closed.