Odisha news

ଟ୍ରମ୍ପ ସରକାରଙ୍କର ନୂଆ ନିୟମ ଦ୍ୱାରା ଚାଲିଯିବ କି ଭାରତୀୟ ଙ୍କ ଚାକୀରି

0

ଆମେରିକା ର ଗୃହ ସୁରକ୍ଷା ବିଭାଗ ଆଉ ଗୋଟିଏ ନିୟମ ରେ ପରିବର୍ତ୍ତନ କରିଛି, ଯାହା ଅନୁସାରେ ସମୟ ଥାଉ ଥାଉ ଯଦି ଗୁରୁତ୍ୱ ଦିଆନଗଲା ତେବେ ହଜାର ହଜାର ଭାରତୀୟ ଅମରିକାରେ ଚାକିରୀ ହରାଇବେ, ବିଶେଷ ଭାବରେ ଏହି ନିୟମ ୩୦ ଅକ୍ଟୋବର ଗୁରୁବାର ରେ ସ୍ଥିର ହୋଇଛି l

ନୂଆ ଭିସା ନିୟମ ଅନୁସାରେ ରୋଜଗାର ପ୍ରାଧିକରଣ ପ୍ରମାଣପତ୍ର ର ଅଟୋମେଟିକ ଏକ୍ସଟନସନ ସମାପ୍ତ ହୋଇଯିବ , ଏହି ନିୟମ ଅନୁସାରେ ଅଣ ଆମେରିକୀୟ ନାଗରିକ ଆମେରିକାରେ କାମ କରିପାରିବେ ନାହିଁ, ଗୃହ ସୁରକ୍ଷା ବିଭାଗ ନିଜର ଗୋଟିଏ ବୟାନ ରେ କହିଛନ୍ତି ଯଦି ବିଦେଶୀ ୩୦ ଅକ୍ଟୋବର ୨୦୨୫ କୁ କିମ୍ବା ପରେ ନିଜ ରୋଜଗାର ପ୍ରାଧିକରଣ ପ୍ରମାଣପତ୍ର କୁ ପୁନର୍ବାର ପଂଜିକୃତ କରିବାକୁ ପଡିବ l

ଯାହାକୁ ନେଇ ଆମେରିକୀୟ ଗୃହ ବିଭାଗ ଦର୍ଶାଇ ଦେଇଛି ଯେ ବିଦେଶୀ ନାଗରିକ ମାନଙ୍କର ଅନେକ ଥର ଯାଞ୍ଚ କରାଯିବ, ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ର ତୁରନ୍ତ ପଂଜିକୃତ କରାଯିବ ନାହିଁ ତେବେ ତୁରନ୍ତ କାମ ବନ୍ଦ କରି ଆମେରିକା ଛାଡିବାକୁ ପଡିବ l

ଆମେରିକା ଗୃହ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ବିଦେଶୀ ମାନେ ନିଜ ରୋଜଗାର ପ୍ରାଧିକରଣ ପଂଜିକୃତ ରିନୁଆଲ କରାଯିବା ଜରୁରୀ ଅଟେ, ଏଥିପାଇଁ ସମୟ ସୀମା ୧୮୦ ଦିନ ରହିଛି, ଟ୍ରମ୍ପ ପ୍ରଶାସନ ର ଏହି ନିଷ୍ପତି ଦ୍ୱାରା ଭାରତୀୟ ନାଗରିକ କୁ ଖୁବ ପ୍ରଭାବିତ ହେବେ, ଯାହାକି ଆମେରିକୀ ପ୍ରବାସୀ କାର୍ଯ୍ୟ ଦକ୍ଷତା ର ଗୋଟିଏ ବଡ଼ ଅଂଶ, ଏବଂ ପୂର୍ବରୁ ଗ୍ରୀନ କାର୍ଡ ଓ ଭିସା ମାମଲାରେ ଫସି ରହିଛନ୍ତି, ଯେଉଁ କଟାଗରୀ ରେ ଭାରତୀୟ ଙ୍କ ପ୍ରଭାବ ପଡିବ, ସେଥିରେ OTP ଛାତ୍ର, H -4 ଭିସା ଓ ଗ୍ରୀନ କାର୍ଡ ଆବେଦକ ସାମିଲ ରହିଛନ୍ତି l

Leave A Reply