ଆମେରିକାର ମଧ୍ୟସ୍ଥତା ପରେ ଶାନ୍ତି ଯୋଜନା ର ପ୍ରଥମ ଚରଣ : ପ୍ରଧାନମନ୍ତ୍ରୀ ନେତନୟାହୁ ଙ୍କ ସଶକ୍ତ ନେତୃତ୍ବର ପ୍ରତୀକ ଅଟେ, ଭାରତ ଆଶା ରଖିଛି ଯେ ଏହାଦ୍ୱାରା ସ୍ଥାୟୀ ଶାନ୍ତି ମାର୍ଗ ଖୋଲିବ
ଇସ୍ରାଏଲ ଓ ଛମାସ , ଆମେରିକାର ମଧ୍ୟସ୍ଥତା ପରେ ଶାନ୍ତି ଯୋଜନା ର ପ୍ରଥମ ଚରଣ ରେ ସହମତ ହୋଇଛନ୍ତି, ଏହାର ଘୋଷଣା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଛନ୍ତି, ଏହି ନିଷ୍ପତିକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି, ମୋଦି ନିଜ ଏକ୍ସ ହ୍ୟାଣ୍ଡେଲ ରେ ଲେଖିଛନ୍ତି ଯେ ‘ଆମେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କର ଶାନ୍ତି ଯୋଜନା ର ପ୍ରଥମ ଚରଣ ରେ ହୋଇଥିବା ରାଜିନାମା କୁ ସ୍ୱାଗତ କରୁଚୁ, ଏହା ପ୍ରଧାନମନ୍ତ୍ରୀ ନେତନୟାହୁ ଙ୍କ ସଶକ୍ତ ନେତୃତ୍ବର ପ୍ରତୀକ ଅଟେ, ଭାରତ ଆଶା ରଖିଛି ଯେ ଏହାଦ୍ୱାରା ସ୍ଥାୟୀ ଶାନ୍ତି ମାର୍ଗ ଖୋଲିବ l
ଏହି ଐତିହାସିକ ରାଜିନାମା କୁ ନେଇ ଗୁରୁବାର ଅକ୍ଟୋବର ୯ ତାରିଖ ରେ ମିଶ୍ର ରେ ହସ୍ତାକ୍ଷର ହୋଇଛି, ଟ୍ରମ୍ପ ଏହାକୁ ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି l ଯେବେକି ଇସ୍ରାଏଲ ଏହାକୁ କୂଟନୀତି ସଫଳତା ଓ ନୈତିକ ବିଜୟ ବୋଲି କହିଛି l
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ପୋଷ୍ଟ କରି ଲେଖିଛନ୍ତି ଯେ ‘ମୁଁ ଗର୍ବିତ ଯେ ଇସ୍ରାଏଲ ଓ ଛମାସ ଆମେରିକାର ଶାନ୍ତି ଯୋଜନାର ପ୍ରଥମ ଚରଣ ରେ ସହମତ , ଏହାର ଅର୍ଥ ବନ୍ଧକ ମାନେ ଶୀଘ୍ର ମୁକୁଳିବେ l ଉଭୟ ପକ୍ଷଙ୍କ ସହିତ ସମାନ ବ୍ୟବହାର କରାଯିବ l ଏହା ସମସ୍ତ ଶାନ୍ତି ପ୍ରିୟ ଦେଶ ଙ୍କ ପାଇଁ ଗୋଟିଏ ଐତିହାସିକ ଦିନ l ‘
ଅକ୍ଟୋବର ୭ତାରିଖ ୨୦୨୩ ରେ ଛମାସ ଏବଂ ଅନ୍ୟ ଫିଲିସ୍ତିନି ଆତଙ୍କବାଦୀ ସମୂହ ଇସ୍ରାଏଲ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ଅଚାନକ ଆକ୍ରମଣ କରି ଦେଇଥିଲେ, ଯେଉଁଥିରେ ୮୧୫ ଜଣ ଇସ୍ରାଏଲ ନାଗରିକ ଙ୍କ ସହିତ ବିଦେଶୀ ନାଗରିକ ୧,୧୯୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଏବଂ ୨୫୧ ଜଣ ବନ୍ଧକ ରହିଥିଲେ l ଏବଂ ଏହାର ପ୍ରତିବଦଳ ରେ ଇସ୍ରାଏଲ ଫିଲିସ୍ତିନି କଏଦୀ ଙ୍କୁ ବାଧ୍ୟ ହୋଇ ମୁକ୍ତ କରିଥିଲା l