ଅନ୍ତରାଷ୍ଟ୍ରୀୟ ରେଟିଙ୍ଗ ଏଜେନ୍ସିର ଟ୍ରମ୍ପ ଙ୍କୁ ଚେତାବନୀ ,ଆମେରିକା ଅର୍ଥନୀତି ଖସିଯିବ ରସା ତଳକୁ ,ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହେବ ଦାରିଦ୍ରତା ର ଶିକାର ,ଆମେରିକାନ ଫାଷ୍ଟ ନାରା ପଡିଯିବକି ଫିକା ?ମାର୍କ ଜେଣ୍ଡି ଖୋଲିଛନ୍ତି ଆମେରିକାର ଭିତିରି ରହସ୍ୟ,ଏହାଦ୍ୱାରା ହେବ କି ବିଶ୍ୱ ଅର୍ଥନୀତି ଦୁର୍ବଳ ? କଣ ରହିଛି ଏହା ପଛର କାରଣ ?କାହିଁକି ଦୋହଲିଯିବ ଆମେରିକା ର ସ୍ଥିତି ?
ଯାହାକୁ ନେଇ ପାଟି ଖୋଲିଚି ମୁଡିଜ l
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ହେବା ପରେ କିଛିଟା ଏଭଳି ନିଷ୍ପତି ନେଉଛନ୍ତି ଯାହାଦ୍ୱାରା ବିଶ୍ୱ ଅର୍ଥନୀତି ରେ ହଲଚଲ ଦେଖିବାକୁ ମିଳୁଛି, ଆମେରିକାନ ଫାଷ୍ଟ ନାରା ଦେଉଥିବା ଟ୍ରମ୍ପଙ୍କ ଉପରେ ବର୍ତମାନ ଓଲଟା ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଇଛି, ବିଶ୍ୱର ସମସ୍ତ ଦେଶ ଉପରେ ଟେରୀଫ ଲଗାଉଥିବା ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅର୍ଥବ୍ୟବସ୍ଥା ବର୍ତମାନ ଧିମା ପଡିଯାଇଛି, ଭାରତୀୟ ଜାତୀୟ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ ଏହି ଦାବି ଆଉ କେହି ନୁହେଁ, ବରଂ ଅନ୍ତରାଷ୍ଟ୍ରୀୟ ରେଟିଙ୍ଗ ଏଜେନ୍ସି ଦେଇଛି l
ଯେଉଁ ଟ୍ରମ୍ପ ଦାବି କରି ଆସୁଥିଲେ ତାଙ୍କର ଶାସନ ସମୟ ରେ ଆମେରିକା ଅର୍ଥବ୍ୟବସ୍ଥା ସବୁଠୁ ମଜବୁତ ସ୍ଥିତିରେ ରହିଛି, ତାହାକୁ କିନ୍ତୁ ମିଥ୍ୟା ବୋଲି କହିଛନ୍ତି ମୁଦଡିଜ ର ମୁଖ୍ୟ ଅର୍ଥଶାସ୍ତ୍ରୀ ମାର୍କ ଜେଣ୍ଡି l ମାର୍କ ଜେଣ୍ଡି ଖୋଲିଛନ୍ତି ଆମେରିକାର ଭିତିରି ରହସ୍ୟ l ମାର୍କ ଜେଣ୍ଡି ଙ୍କ କହିବା ଅନୁସାରେ ଆମେରିକା ବର୍ତମାନ ସମୟ ରେ ଚାକିରୀ ଠାରୁ ନେଇ କଞ୍ଜିୟୁମର ପ୍ରାଇସ ପର୍ଯ୍ୟନ୍ତ ସବୁଥିରେ ରେଡ ଲାଇନ ରେ ରହିଛି l
ନିୟୁଜ ଉଇକ କୁ ଦେଇଥିବା ସାକ୍ଷାତକାର ରେ ମୁଡିଜ ର ମୁଖ୍ୟ ଅର୍ଥଶାସ୍ତ୍ରୀ କହିଛନ୍ତି ଆମେରିକା ଅର୍ଥନୀତି କୁ ନେଇ ଆଶଙ୍କା ଅନେକ ଦିନରୁ କରାଯାଇଛି, ବର୍ତମାନ ଏହା ସତ ହେବାକୁ ଯାଉଛି l ଏବଂ ୨୦୨୫ ର ଶେଷ ସୁଧା ଆମେରିକାର ଅର୍ଥନୀତି ରସାତଳ କୁ ଖସିଯିବ l ଇଏ ହେଉଛନ୍ତି ମାର୍କ ଜେଣ୍ଡି ଯିଏକି ୨୦୦୮ ରେ ବିତିୟ ସଙ୍କଟ ର ସଠିକ ପୂର୍ବାନୁମାନ କରିଥିଲେ l ଗତକିଛିଦିନ ହେଲା ଟ୍ରମ୍ପ ପ୍ରଶାସନ କୁ ଲଗାତାର ଚେତାବନୀ ଦେଇ ଆସୁଛନ୍ତି ଯେ ଏହି ପଦକ୍ଷେପ ଆମେରିକା ଅର୍ଥ ବ୍ୟବସ୍ଥା କୁ ଗମ୍ଭୀର ଭାବରେ କ୍ଷତି କରିବ l