Odisha news

ଭାରତକୁ ଭାରି  ପଦିଲା ରୁଷ ସହିତ ବନ୍ଧୁତା :  ଟ୍ରମ୍ପ ଙ୍କର ଭାରତ ଉପରେ ଡବଲ ଟାରିଫ ମାଡ଼ , ହେବ ଅଗଷ୍ଟ ୨୭ ରୁ ଲାଗୁ

0
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କର ଥମୁନି ଟାରିଫ ମାଡ଼ , ବୁଧବାର ସନ୍ଧ୍ୟାରେ ପୁନଃ ଅତିରିକ୍ତ  ୨୫ ପ୍ରତିଶତ ଟାରିଫ ଲଗାଇଛି ଆମେରିକା , ଆମେରିକା ପକ୍ଷରୁ କୁହାଯାଇଛି ଯେ ଭାରତ ରୁଷ ନିକଟରୁ କଞ୍ଚା ତେଲ କିଣୁଥିବା କୁ ନେଇ ଏହି ଟାରିଫ ଲାଗିଛି l ଏଥି ସହିତ ଭାରତ ଉପରେ ଟୋଟାଲ ଆମେରିକା ୫୦ ପ୍ରତିଶତ ଟାରିଫ  ଲଗାଇଛି l  ଆମେରିକା ଦ୍ୱାରା ସାଇନ କରାଯାଇଥିବା ତଥ୍ୟ ଆଧାରରେ ଏହି ଟାରିଫ ୨୧ ଦିନ ମଧ୍ୟରେ ଭାରତ ଉପରେ ଲାଗୁ ହେବ , ଏହି ନିର୍ଦେଶ ଅନୁସାରେ ଏହି ଟାରିଫ ଅନ୍ୟ ସମସ୍ତ ଶୁଳ୍କ ଓ ଟ୍ୟାକ୍ସ୍  ଠାରୁ ଅତିରିକ୍ତ ହେବ , ଏବଂ କିଛିଟା ବିଶେଷ ମାମଲାରେ ଛୁଟ ମଧ୍ୟ ଦିଆଯିବ l
ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହା ମଧ୍ୟ ଇଙ୍ଗିତ ଦିଆଯାଇଛି ଯେ ଯଦି କୌଆସି ଦେଶ ରୁଷ ନିକଟ ରୁ ପରୋକ୍ଷ ଭାବରେ କିମ୍ବା ସିଧା ସଳଖ ତେଲ କିଣୁଛି ତେବେ ଏଭଳି ଅସୁବିଧା ର ସମୁଖୀନ କରିବ l ବର୍ତମାନ ସ୍ଥିତି କୁ ଦେଖିଲେ ଜଣା ପଡୁଛି ଯେ ଭାରତର ଆର୍ଥିକ ମାନଦଣ୍ଡ କୁ ଆମେରିକା ଭାଙ୍ଗିବା ପାଇଁ କଠିନ ପରିଶ୍ରମ ଜାରି ରଖିଛି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି l
Leave A Reply