ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଜଗନ୍ନାଥ ପାଟଣା ଛକ ନିକଟରେ ଏକ ଦଶ ଚକିଆ ଟ୍ରକ ସହ ସ୍କୁଲ ଛାତ୍ରୀଙ୍କ ସହ ଦୁର୍ଘଟଣା ଘଟିଥିଲା l ଫଳରେ ସ୍କୁଲ ଛାତ୍ରୀ ଗୁରୁତର ହେବାସହ ସାଇକେଲ ଚୁରମାର ହୋଇଛି l
ସୂଚନା ମୁତାବକ ବୁଧବାର ସକାଳ 9.45ସମୟରେ ଛାତ୍ରୀ ଜଣକ ନିଜ ଗ୍ରାମ ଡୁଙ୍ଗାପଲି ଠାରୁ ବାହାରି ଜଗନ୍ନାଥ ପ୍ରସାଦ ନିତ୍ୟାନନ୍ଦ ପଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିଲେ l ଏହି ସମୟରେ OR23E8066 ନାମକ ଏକ ଦଶଚକିଆ ଟ୍ରକ ଭଞ୍ଜନଗର ରୁ ବାହାରି ସୁନାମୁହିଁ ଅଭିମୁଖେ ଯାଉଥିବା ବେଳେ ଡୁଙ୍ଗାପଲି ଗ୍ରାମରୁ ଛାତ୍ରୀ ଜଣକ ସାଇକେଲ ଯୋଗେ ବୁଲାଣି ରାସ୍ତା ଦେଇ ମୁଖ୍ୟ ରାସ୍ତା ପାର ହେବା ପାଇଁ ଚେଷ୍ଟା କରୁଥିଲେ l ଫଳରେ ଭାରସାମ୍ୟ ହରାଇ ସାଇକେଲଟି ଟ୍ରକ ବଡ଼ିରେ ଧକ୍କା ହୋଇ ଛିଟିକି ପଡ଼ିଥିଲେ l ଟ୍ରକ ଡ୍ରାଇଭର ଉପେନ୍ଦ୍ର କୁମାର ଆହତ ଛାତ୍ରୀକୁ ଉଦ୍ଧାର କରି ବାଇକ ଯୋଗେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତି କରିଥିଲେ l ଛାତ୍ରୀଙ୍କ ବାମ ଗୋଡ଼ର ନେଡିରେ ଶକ୍ତ ଆଘାତ ଲାଗିବା ସହ ଦୁଇଟି ଦାନ୍ତ ଭାଙ୍ଗି ଯାଇଥିଲା l
ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣକ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ 108ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ସଚ୍ଚିଦାନନ୍ଦ ସାହୁ ସୂଚନା ଦେଇଛନ୍ତି l ଛାତ୍ରୀ ଜଣକ ହେଉଛନ୍ତି ଡୁଙ୍ଗାପଲି ଗ୍ରାମର ହର୍ଷ ନାଇକଙ୍କ 13ବର୍ଷର ଝିଅ ଶ୍ରାବଣୀ ନାଇକ ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି l